www.samajalive.in
Saturday, December 13, 2025
27.1 C
Bhubaneswar

ଦ୍ରୌପଦୀ ମୁର୍ମୁ ହେଲେ ଦେଶର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଛନ୍ତି। ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫, ୭୭, ୭୭୭ରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ତୃତୀୟ ରାଉଣ୍ଡ ସୁଦ୍ଧା ଯଶଓ୍ବନ୍ତୁ ମୋଟ ୨ ଲକ୍ଷ ୬୧ ହଜାର ୬୨ ଖଣ୍ଡ ଭୋଟ ମିଳିଥିଲା। ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ଦ୍ରୋପଦୀ ମୁର୍ମୁଙ୍କ ବିଜୟ ସ୍ପଷ୍ଟ ହୋଇଥିଲା। ୫୦ ପ୍ରତିଶତରୁ ଅଧିକ ଭୋଟ ପାଇ ସାରିଥିବାରୁ ସେ ବିଜୟୀ ହୋଇଛନ୍ତି ବୋଲି ଘୋଷଣା କରାଯାଇଥିଲା।
ଦେଶର ରାଷ୍ଟ୍ରପତି ହେବାରେ ଦ୍ରୌପଦୀ ମୁର୍ମୁ ହୋଇଛନ୍ତି ପ୍ରଥମ ଓଡ଼ିଆ ଝିଅ। ପ୍ରଥମ ଆଦିବାସୀ ମହିଳା ଭାବେ ସେ ଦେଶର ପ୍ରଥମ ନାଗରିକ ହୋଇଛନ୍ତି। ଦ୍ରୌପଦୀ ମୁର୍ମୁଙ୍କ ନାମ ପୂର୍ବରୁ ଏବେ ମହାମହିମ ମୋହର ବାଜିଛି। ଦେଶର ରାଷ୍ଟ୍ରପତି ଭାବେ ବିଜୟୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ବିଜୟୀ ହେବା ପରେ ତାଙ୍କୁ ବିରୋଧୀ ପ୍ରାଥୀ ଯଶବନ୍ତ ସିହ୍ନା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ତାଙ୍କର ବିଜୟୀ ପରେ ଏବେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି।
ଦ୍ରୋପଦୀ ମୁର୍ମୁଙ୍କ ବିଜୟ ସାରା ଓଡିଶା ପାଇଁ ଗର୍ବ ଆଉ ଗୌରବର ବିଷୟ । ପ୍ରଥମ ଓଡିଆ ଝିଅ ଭାବେ ସେ ରାଇରଙ୍ଗପୁରରୁ ରାଇସିନା ହିଲକୁ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୫ ତାରିଖରେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ସେ ଶପଥ ନେବେ। ତାଙ୍କର ବିଜୟରେ ଓଡିଶାରେ ଉତ୍ସବ ପାଳନ କରାଯାଇଛି। ଦ୍ରୌପଦୀଙ୍କ ଜନ୍ମମାଟି ମୟୁରଭଞ୍ଜର ରାଇରଙ୍ଗପୁରରେ ଜନ ସମୁଦ୍ର ଦେଖା ଦେଇଛି। ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କ ଗାଁ ମାଟିରେ ପହଞ୍ଚିଛନ୍ତି । ଗାଁ ମାଟିରେ ପାରମ୍ପରିକ ନୃତ୍ୟ, ଗୀତ ଓ ବାଜା ବାଣରେ ସାରା ଅଞ୍ଚଳ ଉତ୍ସବମୁଖର ଦେଖିବାକୁ ମିଳିଛି । ପ୍ରଥମ ଓଡିଆ ମହିଳା ଏବଂ ଦ୍ୱିତୀୟ ଓଡିଆ ଭାବେ ସେ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ଭିଭି ଗିରି ପ୍ରଥମେ ରାଷ୍ଟ୍ରପତି ହୋଇଥିଲେ। ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କ ବିଜୟ ପରେ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories