www.samajalive.in
Thursday, December 11, 2025
14.1 C
Bhubaneswar

ସମ୍ବଲପୁର ନିବାସୀ ତଥା କଟକର ମୂଳ ବାସିନ୍ଦା ବଟକୃଷ୍ଣ ଷଡଙ୍ଗୀ ମୃତ୍ୟୁପରେ ଚକ୍ଷୁଦାନ କରି ଦୁନିଆଁକୁ ଦେଲେ ଅଙ୍ଗଦାନର ବାର୍ତ୍ତା

ସମ୍ବଲପୁର, – ସମ୍ବଲପୁରର ଜଗନ୍ନାଥ କଲୋନୀ ନିବସୀ ବଟକୃଷ୍ଣ ଷଡଙ୍ଗୀ (୯୨) ଙ୍କ ଗୁରୁବାର ଭୋର ସମୟରେ ପରଲୋକ ହୋଇଯାଇଛି । କଟକ ଜିଲା ନିଆଳି ବ୍ଲକ ପହଙ୍ଗାର ମୂଳ ନିବାସୀ ସ୍ୱର୍ଗତ ଷଡଙ୍ଗୀ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

ମେଳାପୀ, ସ୍ପଷ୍ଟବାଦୀ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱର ଅଧିକାରୀ ସ୍ୱର୍ଗତ ଷଡଙ୍ଗୀ ତାଙ୍କର ପଛରେ ଏକ ମାତ୍ର ପୁତ୍ର ସୁବାଷ, ୪ ଝିଅ ସୁଷମା, ସୁରମା, ସବିତ ଓ ସସ୍ମିତା ଙ୍କ ସମେତ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି । ସ୍ଥାନୀୟ ରାଜଘାଟ ଠାରେ ପୁତ୍ର ସୁବାଷ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।

- Advertisement -

ସ୍ୱର୍ଗତ ଷଡଙ୍ଗୀଙ୍କ ଅନ୍ତିମ ଇଚ୍ଛାନୁଯାୟୀ ତାଙ୍କର ଚକ୍ଷୁଦାନ ଭିମସାର ବୁର୍ଲାକୁ କରାଯାଇଥିଲା । ସାମ୍ବାଦିକ ସୁକାନ୍ତ କର, ସରୋଜ ସାହୁ, ସୁଶାନ୍ତ ମହାପାତ୍ର, ସୁଧାଂଶୁ ପଣ୍ଡା, ହିମାଂଶୁ ସାହାଣୀ, ସମାଜସେବୀ ରାମଦାସ ପଣ୍ଡା, ପଣ୍ଡିତ ବୁଲୁ ପାଢ଼ୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜିଲା ଶାଖା, ସେତୁ ଆଦି ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories