BJD Bijuli 480×75 Mob

ଛାତ୍ରଛାତ୍ରୀଙ୍କୁ କୋଭିଡ୍‌ ବିଷୟରେ କରାଗଲା ସଚେତନ

BJD Bijuli 480×75 Mob

ସମ୍ବଲପୁର – ସମ୍ବଲପୁର ଜିଲାରେ ଦିନକୁ ଦିନ କରୋନା ମହାମାରୀ ସଂକ୍ରମଣର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥି ପାଇଁ ଜିଲା ପ୍ରଶାସନ ପକ୍ଷରୁ ସର୍ତକତା ଅବଲମ୍ବନ କରିବା ସହିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି କ୍ରମରେ ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଗୁରୁବାର ସମ୍ବଲପୁର ମହାନଗର ନିଗମର ୱାର୍ଡ ସଂଖ୍ୟା ୧ ଅର୍ନ୍ତଗତ ସ୍ନେହାପାଲି ଠାରେ ସଚେତନତା କରାଯାଇଛି ।

ସ୍ନେହାପାଲି ଅଙ୍ଗନୱାଡି ଓ ଉଚ୍ଚ ବିଦ୍ୟାଳୟ ଠାରେ ସାମ୍ଭାବ୍ୟ ମ୍ୟାଲେରିଆ, ଡେଙ୍ଗୁ, ଝାଡା, ବାନ୍ତି, କାଶ, ଜ୍ୱର ସମେତ କରୋନା ମହାମାରୀଙ୍କୁ ଧ୍ୟାନରେ ରଖି ପ୍ରତିହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ ୟୁଏମଏଚୟୁର ଡା. ରାଜରାମ ଷଡଙ୍ଗୀ, ଫାର୍ମାଶିଷ୍ଟ ସଞ୍ଜୀବ କୁମାର ପ୍ରଧାନ, ଏଏନଏମ ଚଳେଶ୍ୱରୀ ନାଏକ, ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ । ମାସ୍କ ପରିଧାନକୁ ନିଶ୍ଚିତ କରାଇବା ସହିତ ହାତଧୁଆ, ପରିଷ୍କାର, ପରିଚ୍ଛନ୍ନତା ସହିତ କେବଳ ଘରୋଇ ଖାଦ୍ୟ ସେବନ ହିଁ ରୋଗର ମୂଳୋତ୍ପାଟନ ର ମୁଖ୍ୟ ଆୟୁଧ ବୋଲି ଡା. ଷଡଙ୍ଗୀ କହିଥିଲେ । ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଗ୍ରାମ୍ୟ ବିକାଶ ସଙ୍ଗଠନର ସହଭାଗିତାରେ ଏଭଳି ସଚେତନତା ସଭା ମହାନଗରର ବିଭିନ୍ନ ସ୍ଥାନରେ କରାଯାଉଛି ।

Comments are closed.