www.samajalive.in
Sunday, December 7, 2025
14.1 C
Bhubaneswar

ଜେଇଏମ୍‍ ମୁଖ୍ୟ ମାସୁଦ ଆଝର ଦୁରାରୋଗରେ ଆକ୍ରାନ୍ତ

ନୂଆଦିଲ୍ଲୀ : ପାକିସ୍ତାନ ମାଟିରେ ବିକଶିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଇଏମ୍‍)ର ମୁଖ୍ୟ ମାସୁଦ ଆଝାର ଦୁରୋରୋଗରେ ପୀଡ଼ିତ। ଗୁରୁତର ଅସୁସ୍ଥ ଅବସ୍ଥାରେ ଏବେ ସେ ଶଯ୍ୟାସାୟୀ। ଏଣୁ ସଂଗଠନ କାର୍ଯ୍ୟ ବୁଝିବାକୁ ସେ ସକ୍ଷମ ନ ଥିବାରୁ ତା’ ଅନୁପସ୍ଥିତିରେ ତାର ଦୁଇ ଜଣ ସାନ ଭାଇ ରାଉଫ ଅସଘର ଏବଂ ଆଥର ଇବ୍ରାହିମ୍‍ ଜେଇଏମ୍‍କୁ ପରିଚାଳନା ପୂର୍ବକ ଭାରତ ଓ ଆଫଗାନିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡିଛି।
ସୂଚନା ଅନୁସାରେ ରୋଗାକ୍ରାନ୍ତ ଆଝାରର ମେରୁଦଣ୍ଡ ଏବଂ ବୃକକ୍‍ ଆକାମୀ ହେବାରେ ଲାଗିଛି। ରାୱଲପିଣ୍ଡିସ୍ଥିତ ମିଳିତ ସାମରିକ ଡାକ୍ତରଖାନାରେ ଚିକିତ୍ସାଧୀନ ଆଝାର ଗତ ଦେଢବର୍ଷ ହେବ ଶଯ୍ୟାସାୟୀ ରହିଛି। ଏ ସମ୍ବନ୍ଧରେ ଭାରତୀୟ କୂଟନୀତିଜ୍ଞ କୌଣସି ସ୍ପଷ୍ଟ ସୂଚନା ଦେଇ ପାରି ନ ଥିଲେ ମଧ୍ୟ ଇତିମଧ୍ୟରେ ଆଝାରକୁ ତା’ ନିଜ ସହର ଭୱାଲପୁର ଅଥବା ପାକିସ୍ତାନର ଅନ୍ୟ କୌଣସି ଜନଗହଳିପୂର୍ଣ୍ଣ ସ୍ଥାନରେ ଦେଖିବାକୁ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି। ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଭାରତ ଜାତିସଂଘ ଦାବି କରି ଆସୁଥିବା ବେଳେ ଚୀନ ଏହାର ଭିଟୋ କ୍ଷମତା ଉପଯୋଗ ପୂର୍ବକ ଏଥିରେ ବାରମ୍ବାର ବାଧା ସୃଷ୍ଟି କରିଛି। ଉଲ୍ଲେଖ ଯେ, ୨୦୦୧ରେ ସଂସଦ ଆକ୍ରମଣ, ୨୦୦୫ରେ ଅଯୋଧ୍ୟା ଆକ୍ରମଣ ଏବଂ ୨୦୧୬ରେ ପଠାଣକୋଟ ବିମାନ ଘାଟି ଉପରେ ଆକ୍ରମଣ ଭଳି ଅନେକ ଆତଙ୍କବାଦୀ ଆକ୍ରମଣ ଆଝାର ଭାରତ ମାଟିରେ ଘଟାଇଛି। ଏକଦା ଭାରତୀୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଧରାପଡିଥିବା ଆଝାରକୁ ମୁକ୍ତ କରିବା ଲାଗି ପାକ୍‍ ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ, ଆତଙ୍କବାଦୀ ସଂଗଠନ ତାଲିବାନ ଓ ଅଲକାଏଦା ୧୯୯୯ରେ ଯାତ୍ରୀ ପୂର୍ଣ୍ଣ ଭାରତୀୟ ବିମାନ ଆଇସି-୮୧୪କୁ ଅପହରଣ କରି କାନ୍ଦାହାର ନେଇଯାଇଥିଲେ। ଫଳରେ ଆଝାରକୁ କାନ୍ଦାହାରରେ ପହଞ୍ଚାଇବା ପରେ ବିମାନର ଯାତ୍ରୀମାନଙ୍କୁ ମୁକ୍ତ କରାଯାଇଥିଲା। ସମ୍ପ୍ରତି ଆଫଗାନିସ୍ତାନ, ବାଲୁଚିସ୍ତାନ ଓ ଖିବର ପଖତୁନ୍‍ଖ୍ୱାଠାରେ ଆତଙ୍କବାଦ ଚଳାଇଥିବା ଆଥର ଇବ୍ରାହିମ ଏହି ବିମାନ ଅପହରଣର ପ୍ରମୁଖ ଦାୟିତ୍ୱ ନେଇଥିଲା। ଆଝାର ଅନ୍ୟ ଜଣେ ଭାଇ ରାଉଫ ଅସଘର ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିବା ବେଳେ ତାକୁ ଏକ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଓ ଜାତିସଂଘର ୧୨୬୭ କମିଟି ଆଲୋଚନା କରୁଥିବା ଗୁଇନ୍ଦା ବିଭାଗ ପ୍ରକାଶ କରିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories