କର୍ଣ୍ଣାଟକ ସରକାରଙ୍କ ଆଗୁଆ ପଦକ୍ଷେପ, ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ
ଡରାଇଲା ଭାଇରସ, ପୁଣି ଫେରିଲା ମାସ୍କ
ନୂଆଦିଲ୍ଲୀ: ଦେଶରେ ଗୁଜରାଟ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଚୀନର ଭାଇରସ ଏଚଏମପିଭି ଚିହ୍ନଟ ହୋଇସାରିଛି। ବେଙ୍ଗାଲୁରୁରେ ୨ ଜଣ ପଜିଟିଭ ସଂକ୍ରମିତ ଚିହ୍ନଟ ହୋଇଥିଲା। ଏହାପରେ ଅହମ୍ମଦାବାଦ ଓ କଲକାତାରେ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଏହି ଭାଇସର ମୁକାବିଲା ପାଇଁ କର୍ଣ୍ଣାଟକ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି।
ରାଜ୍ୟରେ ଯେଭଳି ଅଧିକ ସଂଖ୍ୟକ ରୋଗୀ ଏହି ଭାଇରସରେ ସଂକ୍ରମିତ ନହୁଅନ୍ତି ସେଥିପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କର୍ଣ୍ଣଟକ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହିତ କର୍ଣ୍ଣାଟକ ସରକାର ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଏଚଏମଭିପି ଲକ୍ଷଣ ଥିଲେ ଗହଳି ସ୍ଥାନକୁ ନ ଯାଇ ସର୍ଭେଲାନ୍ସରେ ରହିବା ଏବଂ ମାକ୍ସ ପିନ୍ଧିବାକୁ କୁହାଯାଇଛି।
ଛିଙ୍କ ଓ କାଶ, ଶର୍ଦ୍ଦି ଆଦି ହେଉଥିଲେ ମୁହଁକୁ ଘୋଡ଼ାଇ ରଖିବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ସେହିପରି ମହାରାଷ୍ଟ୍ର ସରକାର ମଧ୍ୟ ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିବା ସୂଚନା ମିଳିଛି। ଫଳରେ ଏହି ସଂକ୍ରମଣ ଅଧିକ ବ୍ୟାପିବ ନାହିଁ ବୋଲି କୁହାଯାଇଛି।
Comments are closed.