ପାଠ ବୁଝିବାକୁ ଯାଇଥିଲେ ଛାତ୍ରୀ, ଦୁଷ୍କର୍ମ ଉଦ୍ୟମ କଲେ ଅଧ୍ୟାପକ
ସମ୍ବଲପୁର: କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅଧ୍ୟାପକଙ୍କୁ ସମ୍ବଲପୁର ଟାଉନ ଥାନା ପୁଲିସ ଅଟକ ରଖିଛି। ସ୍ଥାନୀୟ ଅଞ୍ଚଳରେ ଥିବା ଏକ କଲେଜର ଜଣେ ଅଧ୍ୟାପକ ଛାତ୍ରୀଙ୍କୁ ତାଙ୍କ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ କଲେଜ ଅଧ୍ୟାପକଙ୍କ ନାମରେ ଦୁଷ୍କର୍ମ ଛାତ୍ରୀ ଅଭିଯୋଗ ଆଣିଛନ୍ତି। ଅଧ୍ୟାପକଙ୍କ ଘରକୁ ପାଠ ବୁଝିବାକୁ ଯାଇଥିବାବେଳେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଟାଉନ ଥାନାରେ ଛାତ୍ରୀଙ୍କ ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ଅଧ୍ୟାପକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।
Comments are closed.