ଉଚ୍ଚତମ ନ୍ୟାୟାଳୟରେ ଅକ୍ଟୋବର ପ୍ରଥମ ସପ୍ତାହରେ ହେବ ଜ୍ଞାନବାପୀ ମସ୍ଜିଦ୍ ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣୀ
ନୂଆଦିଲ୍ଲୀ – ଜ୍ଞାନବାପୀ ମସ୍ଜିଦ୍ରେ ଶିବଲିଙ୍ଗ ପୂଜା ପ୍ରସଙ୍ଗରେ ହେବାକୁ ଥିବା ଶୁଣାଣୀକୁ ସୁପ୍ରିମକୋର୍ଟ ଅକ୍ଟୋବର ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦେଇଛନ୍ତି । ମସ୍ଜିଦ୍ ପରିସରରେ ଥିବା ଶିବଲିଙ୍ଗଙ୍କ ପୂଜା ଅଧିକାର ମାମଲାକୁ ଶୁଣାଣୀ ପାଇଁ ଅଦାଲତ ମନା କରି ଦେଇଛନ୍ତି । ଜ୍ଞାନବାପୀ ମସ୍ଜିଦ୍ ଉତ୍ତରପ୍ରଦେଶର ପ୍ରସିଦ୍ଧ ଐତିହାସିକ ସହର କାଶୀରେ ଥିବା ବିଶ୍ୱନାଥ ମନ୍ଦିର ପଡ଼ିଶାରେ ରହିଛି । ସୁପ୍ରିମକୋର୍ଟ ଅକ୍ଟୋବର ପ୍ରଥମ ସପ୍ତାହରେ ଏହି ମାମଲାର ଶୁଣାଣୀ ପାଇଁ କହିଛନ୍ତି ।
ବାରଣାସୀ ଜିଲ୍ଲା ନ୍ୟାୟାଳୟରେ ଏହାର ଶୁଣାଣୀ ଚାଲିଛି । ଏହାର ନିର୍ଣ୍ଣୟକୁ ଉଚ୍ଚତମ ନ୍ୟାୟାଳୟ ଅପେକ୍ଷା କରିଥିବା କଥା କହିଛନ୍ତି । ଅଞ୍ଜୁମନ୍ ଇନ୍ତେଜାମିଆ ମସ୍ଜିଦ୍ କମିଟି ପକ୍ଷରୁ ମାମଲାର ସ୍ଥିରତା ବିଷୟରେ ପ୍ରଶ୍ନ କରାଯାଇଥିଲା । ଉଚ୍ଚତମ ନ୍ୟାୟାଳୟ ଏହି ମାମଲାକୁ ଜିଲ୍ଲା ନ୍ୟାୟାଳୟକୁ ସ୍ଥାନାନ୍ତର କରାଯାଇଥିବା କଥା କହିଛନ୍ତି ।
ହିନ୍ଦୁ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଶିବଲିଙ୍ଗଙ୍କ କାର୍ବନ ଡେଟିଂ ସହ ସେଠାରେ ପୂଜାର୍ଚ୍ଚନା ପାଇଁ ଅନୁମତି ମାଗିଥିଲେ ।
Comments are closed.