www.samajalive.in
Saturday, December 6, 2025
16.1 C
Bhubaneswar

କଣ୍ଡାକରା କେନାଲ ବ୍ରିଜ୍ ଭାଙ୍ଗିବା ଅଭିଯୋଗ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତ ରେ ଥିବା ଏମ୍ ଆଇ ପି କଣ୍ଡାକରା ଡେମ୍ ଠାରୁ କଦଳୀଚୁଆଁ ଓ ଢେପାଗୁଡ଼ା ଗାଁ ମଝି ରାସ୍ତା ପାର୍ଶ୍ୱ ଦେଇ ଏକ କେନାଲ ଯାଉଥିବା ବ୍ରିଜ୍ କିଛି ଦିନ ତଳେ ଭାଙ୍ଗି ଯାଇଥିଲା। ଏଥିରେ ଜରି ବସ୍ତା ଗୁଡିକରେ ମାଟି ଓ ବାଲି ଭର୍ତ୍ତି କରି ଉକ୍ତ ସ୍ଥାନରେ ପକାଇ ମରାମତି କରାଯାଇଥିଲା କିନ୍ତୁ ଲଗାଣ ବର୍ଷାରେ ଏହା ଭୁଶୁଡ଼ି ଯିବା ଯୋଗୁଁ ପାଣି ଚାଷ ଜମିକୁ ଯିବା ବଦଳରେ ନାଳକୁ ପାଣି ଯାଇ ନଷ୍ଟ ହେଉଛି। ଏହି କେନାଲ ବ୍ରିଜ ଭାଙ୍ଗିଯିବା ପରେ ଢେପାଗୁଡ଼ା, ପଣସଗୁଡ଼ା, ଚାମରଯୋଡ଼ି, ଦେଉଳବାଡ଼ି, ବୁଡ଼ାଗୁଡ଼ା, ଅଡ୍ରୁବାଲି, ଅଲଣ୍ଡା ଏବଂ ଆଖପାଖ ଏମିତି ଅନେକ ଅଞ୍ଚଳର ଚାଷୀ ପ୍ରଭାବିତ ହୋଇଛନ୍ତି ବର୍ତ୍ତମାନ ଚାଷ ସମୟ ଚାଲିଥିବାରୁ ଚାଷୀ ଚିନ୍ତିତ ହୋଇପଡିଛନ୍ତି।

ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ଅଧିକାରୀ ଜଣକ କୌଣସି ସନ୍ତୁଷ୍ଟଜନକ ଉତ୍ତର ଦେଇ ନ ଥିଲେ ଯାହା ଫଳରେ ଅଞ୍ଚଳବାସୀ ଏକ ବୈଠକ କରି ନିଜେ ନିଜେ ଚାନ୍ଦା ଆଦାୟ କରି ଏହି କେନାଲ ବ୍ରିଜ ମରାମତି କରିବାକୁ ନିଷ୍ପତି ନେଇଥିଲେ। ଏହି ବିଷୟରେ ଖବର ପାଇ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ସେବା ସେନାର କର୍ମକର୍ତ୍ତାମାନେ ଆସି ଭାଙ୍ଗିଥିବା କେନାଲ ବ୍ରିଜ୍ ଦେଖିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରି ଏକ ଦାବୀପତ୍ର ଲେଖି ଅଞ୍ଚଳବାସୀଙ୍କ ସହ ଯାଇ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ତାପସ୍ କୁମାର ଭୋଇଙ୍କୁ ଏଇ ଦାବୀପତ୍ର ପ୍ରଦାନ କରିଥିଲେ। ଦାବୀପତ୍ର ଗ୍ରହଣ କରି ଉକ୍ତ ଜାଗାକୁ ନିଜେ ଯାଇ ଦେଖି ଆସିବା ସହ ଚାଷୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ବିଡ଼ିଓ ପ୍ରକାଶ କରିଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories