ରେଙ୍ଗାଲି: ଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟ ପରିସରରେ ଯୁକ୍ତ ୩ ଇତିହାସ ବିଭାଗ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକ ସଭାପତିତ୍ୱ କରିଥିଲେ। ଅଧ୍ୟାପକ ବିଶବନାଥ ପଟେଲ କାର୍ଯ୍ୟକ୍ରମ ସଂଯେଜନା କରିଥିଲେ। ଅଧ୍ୟାପକ କରୁଣାକର ନାଏକ ଏବଂ ଅଧ୍ୟାପିକା ମଧୁମିତା ମିଶ୍ର ସମବେତ ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ସେମାନଙ୍କର ଉଜ୍ଜଳମୟ ଭବିଷ୍ୟତ କାମନା କରିଥିଲେ। ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ବନ୍ଧ୍ୟା ବାସଲ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



