www.samajalive.in
Sunday, December 7, 2025
26.1 C
Bhubaneswar

ଗୁଡଭେଲା ବ୍ଲକରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଗୁଡଭେଲା : ଗୁଡଭେଲା ବ୍ଳକ ଅନ୍ତର୍ଗତ ଦେଉଳଗୁଡି ପଞ୍ଚାୟତରେ  ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାସହ ବ୍ଳକରେ ପ୍ରଥମ ଓମିକ୍ରନ ରୋଗୀ ଚିହ୍ନଟ ହେବା ସହ ତାଙ୍କ ବୟସ ୧୬ ବର୍ଷ ବୋଲି ଜଣାପଡିଛି। ସେ ଜଣେ ହଷ୍ଟେଲ ଛାତ୍ର ବୋଲି ଜଣାପଡିଛି । ଗତ ମଙ୍ଗଳବାର ଦିନ ବଲାଙ୍ଗୀର ଜିଲ୍ଲାରେ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗୁଡଭେଲା ବ୍ଳକ ଦେଉଳଗୁଡି ପଞ୍ଚାୟତରେ ମଧ୍ୟ ଜଣେ ପଜିଟିଭ୍ ଚିହ୍ନଟ କରାଯାଇଛି। ଏହାପରେ ଗୁଡଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଟିମ ପଠାଇ ରୋଗୀ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଥିବା ସୂଚନା ମିଳିଛି।  କରୋନା ବ୍ୟାପିବା କିଛି ମାତ୍ରାରେ କମିବା ପରେ ଜୀବନ ଯାପନରେ କିଛିଟା ସୁଧାର ଆସିଥିଲା ।  ବର୍ତ୍ତମାନ ବିଭିନ୍ନ ଦୋକାନ ବଜାର ବିନା ମାକ୍ସ,ବିଶୋଧନରେ ଲୋକେ କିଣାବିକା କରୁଛନ୍ତି । ବର୍ତ୍ତମାନ ସାମ।ନ୍ୟ  ଅସତର୍କତା ଯୋଗୁ ବ୍ଳକରେ ମହାମାରୀ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହା ଉପରେ ପ୍ରଶାସନ ଦୃଷ୍ଟି ଦେଇ କଟକଣାକୁ କଡାକଡି କରିବା ପାଇଁ ଦାବି ହେଉଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories