BJD Bijuli 287×100

ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା ଶିବିର ଉଦଘାଟିତ

bjd gruha runa banner
ଗୁଡଭେଲା : ଗୁଡଭେଲା ବ୍ଳକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଳିମ ଶିବିର ଉଦଘାଟନ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଚକ୍ରଧର ପ୍ରଧାନ ଶିବିରକୁ ଉଦଘାଟନ କରିଥିବା ବେଳେ ଅଭିନନ୍ଦା ସରାଫ ଛାତ୍ରୀମାନଙ୍କୁ ତାଳିମ ପ୍ରଦାନ କରିଥିଲେ ।ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ତାଳିମ ଶିବିର ହେବାକୁ ଥିବାବେଳେ ପ୍ରଥମ ଦିନରେ ୭୫ ଜଣ ଛାତ୍ରୀ ତାଳିମ ନେଇଥିଲେ । ଏଥିରେ ତାଳିମ ଶିବିର  ସଂଯୋଜିକା ତଥା ଅଧ୍ୟାପିକା  ବିଣାପାଣୀ ସାହୁ,ଦିପାଞ୍ଜଳି ଷାଣ୍ଢ,ଶାନ୍ତାନୁ ପ୍ରଧାନ, ନବଘନ ମିଶ୍ର, ସୁବାଷ ଚନ୍ଦ୍ର ଜାନି,ସୁବାଷ ଚନ୍ଦ୍ର ଦର୍ଜୀ,ସୌମ୍ୟରଞ୍ଜନ ସାହୁ ଓ ବିଦ୍ୟାଳୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Comments are closed.