ଗୁଡଭେଲା : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନାର ନୂଆପଡା ଗାଁରେ ହୋଇଥିବା ଡବଲ ମର୍ଡର ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ପୁଣି ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ତୁଷୁରା ଥାନା ମାଢେକେଲା ପଞ୍ଚାୟତ ଭୂଆଁପଡା ଗାଁରୁ ଜମିବାଡ଼ି ବିବାଦକୁ ନେଇ ଭାଉଜର ତଣ୍ଟି କାଟିଛି ସମ୍ପର୍କୀୟ ଦିଅର । ମୃତ ମହିିଳା ଜଣକ ହେଉଛନ୍ତି ବରଗଡ ସହରରେ ଥିବା ତଳୀପଡାର ଧନବର ମାଝୀଙ୍କ ପତ୍ନୀ ସିମାଞ୍ଜଳି ମାଝୀ(୪୦)। ସେ ଦିର୍ଘ ଦିନ ଧରି ବରଗଡ ତଳିପଡାରେ ରହିଆସୁଥିଲେ। ସିମାଞ୍ଜଳି ଅନ୍ୟ ଏକ ଜାତିର ହୋଇଥିବାରୁ ପରିବାର ପକ୍ଷରୁ ବାସନ୍ଦ ହୋଇଥିଲେ ।
ମାଢେକେଲା ପଞ୍ଚାୟତର ଭୂଆଁପଡା ଧନବର, ଶିଶିଭୂଷଣ ମାଝୀ, ବିଦୁଭୁଷଣ ମାଝୀ, ଶାନ୍ତିଭୂଷଣ ମାଝୀ,ପଦ୍ମ ଭୁଷଣ ମାଝୀ,ପଣିନ୍ଦ୍ର ମାଝୀଙ୍କ ସହିତ ଦିର୍ଘ ୨ ବର୍ଷ ହେବ ଜମି ଭାଗ ବଣ୍ଟାକୁ ନେଇ ବିବାଦ ଲାଗିଥିଲା । ଜମିବାଡ଼ି ବିବାଦକୁ ନେଇ ଧନବର ଓ ପତ୍ନୀ ସିମାଞ୍ଜଳି ପୂର୍ବରୁ ତୁଷୁରା ଥାନା ଦ୍ୱାରସ୍ଥ ହୋଇ ଥିଲେ କିନ୍ତୁ ଏକ ମାମଲା ରୁଜୁ କରି ୪୧ ନୋଟିସରେ ଛାଡ଼ି ଦିଆଯାଇଥିଲା। ଯାହା ଫଳରେ ଅଭିଯୁକ୍ତ ମାନେହତ୍ୟା କାଣ୍ଡ ଭଳିିି ଜଘନ୍ୟ କାଣ୍ଡ ଭିଆଇଛନ୍ତି ବୋଲି କୁହାଯାଉଛି।
ଏନେଇ ତୁଷୁରା ତହସିଲ ପକ୍ଷରୁ ଆଇନ ଅନୁଯାୟୀ ଜମି ଭାଗ ବଣ୍ଟା ମଧ୍ୟ ହୋଇଥିଲା । ଦୁଇ ପରିବାର ମଧ୍ୟରେ ଜମିବାଡି ବିବାଦ ଏତେ ଘନୀଭୂତ ହେଲା ଯେ ,ବ୍ୟକ୍ତିଗତ ମାମଲାରୁ ଦୁଇ ଭାଗରେ ଗାଁର ଲୋକଙ୍କୁ ମଧ୍ୟ ବିଭକ୍ତ କରିଦେଇଛନ୍ତି। ହେଲେ ବୁଧବାର ସକାଳ ପ୍ରାୟ ୧୦.୩୦ରେ ଗାଁ ମୁଣ୍ଡରେ ଥିବା ବିବାଦୀୟ ଜମିରେ ଘର ନିର୍ମାଣ କରିବା ପାଇଁ ଟ୍ରାକ୍ଟର ଯୋଗେ ବାଲି ପକାଯାଇଥିବାରୁ ଏହା ଦେଖିବା ପାଇଁ ବରଗଡରୁ ଧନବର ଓ ପତ୍ନୀ ସିମାଞ୍ଜଳି ଭୂଆପଡା ଗାଁକୁ ଆସିଥିଲେ । ହେଲେ ଗାଁ ମୁଣ୍ଡରେ ଥିବା ବିବାଦୀୟ ଜମିବାଡିର ମାଢେକେଲା ଭୂଆପଡା ରାସ୍ତାକଡରେ ଥିବା ଜାମୁକୋଳି ଗଛରେ ତଳେ ବିଦୁଭୂଷଣ ମାଝୀ ସହ ଧନବର ପତ୍ନୀ ସିମାଞ୍ଜଳି ପ୍ରବଳ ଯୁକ୍ତିତର୍କ ହେବା ସହ ବିଦୁ ଏକ ବାଉଁଶ ବାଡିରେ ସିମାଞ୍ଜଳିର ମୁଣ୍ଡରେ ଆଘାତ କରିବା ପରେ ଏକ ଧାରିଆ ଛୁରିରେ ଗଳାକୁ କାଟିଥିଲା ।
ଏହି ସମୟରେ ପ୍ରାଣ ବିକଳରେ ଧନବର ଘଟଣା ସ୍ଥଳରୁ ପଳାୟନ କରି ତୁଷୁରା ପୁଲିସକୁ ଖବର ଦେଇଥିଲା । ଏହାପରେ ପୁଲିସ ଆସି ଶବକୁ ଜବତ କରିବା ପରେ ଘରକୁ ଯାଇ ବିଦୁଭୂଷଣକୁ କାବୁ କରିଥିଲା । ବିଦୁ ପୁଲିସ ଆଗରେ ହତ୍ୟା କରିଥିବା ନେଇ ସ୍ବିକାର କରିଛି । ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଛୁରିକୁ ମଧ୍ୟ ଜବତ କରିଛି ପୁଲିସ । ପୁଲିସ ଗାଁକୁ ଯାଇ ଅଧିକ ପଚରାଉଚରା କରିବା ପାଇଁ ଘର ଘରକୁ ଯାଇ କବାଟ ବାଡେଇଥିଲେ ମଧ୍ୟ କୌଣସି ଲୋକ ବାହାରକୁ ବାହାରି ନ ଥିଲେ । ହେଲେ ଜଣେ ଲୋକ ସ୍ବାମୀ ସମ୍ମୁଖରେ ପତ୍ନୀଙ୍କୁ ହତ୍ୟା କରିଥିବା ଚର୍ଚ୍ଚାର ବିଷୟରେ ପାଳଟିଛି । ଗାଁ ଲୋକଙ୍କ ନାଁ ରେ ତୁଷୁରା ଥାନାରେ ଅଭିଯୋଗ ହୋଇଥିବାରୁ ଗାଁରେ କୋକୁଆ ଭୟ ଦେଖାଦେଇଛି । ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକ ସାମିଲ ହୋଇଥିବା ସନ୍ଦେହ ହେଉଛି । ସାଇନଟିପିକ୍ ଟିମ ସହ ତୁଷୁରା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନାଧିକାରୀ କହିଛନ୍ତି।