ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଦାବି ପତ୍ର ପ୍ରଦାନ କଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ

ରେଙ୍ଗାଲିକ୍ୟାମ୍ପ : ନିର୍ମାଣାଧୀନ ପ୍ରେକ୍ଷାଳୟ ଭୂସୁଡ଼ିବା ଘଟଣାରେ ରାଜନୀତିର ଛକା ପଞ୍ଝା ଖେଳ ଚାଲିଛି। ସତ୍ୟା ସତ୍ୟ ଜାଣିବା ପରେ ସଂପୃକ୍ତ ସମସ୍ତ କର୍ମଚାରୀଙ୍କ ଉପରେ ନିଆଯିବ କଠୋର ପଦକ୍ଷେପ ବୋଲି ଅଧ୍ୟକ୍ଷ ଦେଇଥବା ପ୍ରତିଶ୍ରୁତି ଲୁଚିଯାଇଛି। ବେଚାରା ତଳିଆ କର୍ମଚାରୀଙ୍କ ଉପରେ ନିଆଯାଇଛି ପଦକ୍ଷେପ। ଯାହାକୁ ନେଇ ମୁଣ୍ଡ ଟେକୁଛି ଏକ ବଡ଼ ଧରଣର ଆନ୍ଦୋଳନ ଦାନା ବାନ୍ଧିଛି।

prayash

ବିନା ସୂଚନା ଫଲକରେ ପ୍ରେକ୍ଷାଳୟ କାମ ଚାଲିଥିଲା। ଘଟଣା ସ୍ଥଳକୁ ଆସି ଏହାର ସତ୍ୟାସତ୍ୟ ବୁଝି ପ୍ରକୃତରେ ତାହା ନିମ୍ନ ମାନର କାମ ବୋଲି ହୃଦବୋଧ କରିଥିଲେ ଉପ ଜିଲାପାଳ ତଥା ଆରଏମସି ଅଧ୍ୟକ୍ଷ ଶୁଭେନ୍ଦୁ ସାମଲ। କିନ୍ତୁ ସବୁ କିଛି ଉପର ଠାଉରିଆ କଥା ପରି ଏବେ ମନେହେଉଛି। ଅତାବିରା ନିୟନ୍ତ୍ରିତ ବଜାର କମିଟି ପରିସରରେ ଆର୍ଏମସି ସଂପାଦକ ପ୍ରଦୀପ ବେସନଙ୍କ କାର୍ୟ୍ୟାଳୟ ନିକଟରେ ନିର୍ମାଣାଧୀନ ଅବସ୍ଥାରେ ଚାଷୀଙ୍କ ପାଇଁ ତିଆରି ହେଉଥିବା ମୁକ୍ତାକାଶ ପ୍ରେକ୍ଷାଳୟ ଭୁଶୁଡ଼ି ପଡ଼ିବକ୍ଷର ଘଟଣା ଆଜି ଜିଲାରେ ଜୋର୍ ଚର୍ଚ୍ଚା ଧରିଛି। ଅତି ନିମ୍ନ ମାନର କାର୍ୟ୍ୟ ହେଉଥିବା ଯୋଗୁଁ ତାହା ଭୁଶୁଡ଼ି ପଡ଼ିଥିବା ଘଟଣାଟିର ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ମଧ୍ୟ ଏଥିରେ ସଂପୃକ୍ତ ଥିବା ଯନ୍ତ୍ରୀ, ଠିକାଦାର, ସମ୍ପାଦକ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଚାଷୀଙ୍କ ପାଇଁ ତିଆରି ହେଉଥିବା ପ୍ରେକ୍ଷାଳୟ ର ସଂପୃକ୍ତ ବ୍ୟକ୍ତି ମାନଙ୍କର ଲାଭଖୋର ମନୋବୃତ୍ତି ଯୋଗୁଁ ଆଜି ତାହା ଭୁଶୁଡ଼ି ପଡ଼ିଛି। ଏହାକୁ ନେଇ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ତୀବ୍ର ପ୍ରତିବାଦ କରିବା ସହ ଆରଏମସିରେ ତାଲା ପକେଇଦିଆଯାଇଥିଲା।

କିନ୍ତୁ ଚାରି ଦିନ ଭିତରେ ଏଥିରେ ସଂପୃକ୍ତ ସମସ୍ତ କର୍ମଚାରୀଙ୍କ ଉପରେ ବିହୀତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଉପ ଜିଲାପାଳଙ୍କ ଲିଖିତ ପ୍ରତିଶ୍ରୁତି ପରେ ତାଲା ଖୋଲାଯାଇଥିଲା। ଏବେ ସେଇ ପ୍ରତିଶ୍ରୁତି ଫେଲ ମାରିଥିବା ଦେଖିବାକୁ ମିଳିଛି। କେବଳ ଜଣେ ତଳିଆ କର୍ମଚାରୀ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବାକି ବଡ ବଡିଆଙ୍କୁ ଘଣ୍ଟ ଘୋଡାଇ ରଖିବାର ଉଦ୍ୟମ କରାଯାଉଛି ବୋଲି କୃଷକ ସଂଗଠନର ସଭାପତି ହରାଧନ ପ୍ରଧାନ କହିଛନ୍ତି । ଆଜିକୁ ୧୭/୧୮ ଦିନ ବିତି ଯାଇଥିଲେ ମଧ୍ୟ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଯାହା ଫଳରେ ଆଜି ସେମାନେ ଜିଲାପାଳଙ୍କୁ ଦାବି ପତ୍ର ଦେବା ପାଇଁ ଯାଇଥିଲେ। କିନ୍ତୁ ସେ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ (କମିଶନର)ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ଦାବି ପତ୍ର ପ୍ରଦାନ ସମୟରେ ସଂଗଠନ ର ସମ୍ପାଦକ ଲୋକେଶ୍ବର ପ୍ରଧାନ , ବସନ୍ତ ବାରିକ୍, ପଲଉ ମାଝୀ,ଗଣେଶ ମହାକୁର, ଜଗନ୍ନାଥ ସାହୁ,ମହାଦେବ ମହାପାତ୍ର ,ବୃଷାଭାନୁ ସାହୁ ,ଭିକାରୀ ଚରଣ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.