www.samajalive.in
Sunday, December 7, 2025
18.1 C
Bhubaneswar

୧୫୦୦ ବର୍ଷ ପୁରାତନ ଖଣ୍ଡା ଠାବ

ଏବେ ମଧ୍ୟ ଭୂଗର୍ଭ ଓ ଅତଳ ସମୁଦ୍ରରେ ସଂଖ୍ୟାଧିକ ଐତିହାସିକ କୀର୍ତ୍ତିରାଜି ଲୁକ୍କାୟିତ ହୋଇରହିଛି। ବିଶେଷଜ୍ଞ ଦଳଙ୍କ ଚେଷ୍ଟାରେ ନିୟମିତ ଭାବେ ବିଶ୍ବର ପ୍ରମୁଖ ପ୍ରାନ୍ତରୁ ଆବଶ୍ୟକ ତଥ୍ୟ ସଂଗୃହୀତ ​‌େ​‌ହଉଛି। ଏଇ ନିକଟରେ ସ୍ବିଡେନ୍‌‌ର ବିଦରଷ୍ଟୋନ୍‌ ହ୍ରଦରୁ ୧୫୦୦ ବର୍ଷ ପୁରାତନ ଏକ ଖଣ୍ଡା ଠାବ ହୋଇଛି। କିଛି ମାସ ତଳେ ୮ ବର୍ଷୀୟା ଝିଅ ସାଗା ବେନସେକ ପ୍ରଖର ଗରମରୁ ତ୍ରାହି ପାଇବା ପାଇଁ ଏଇ ହ୍ରଦରେ ସନ୍ତରଣ କରୁଥିଲା। ହଠାତ୍ ସାଗା ପାଦରେ ଏକ ଜିନିଷ ଲାଗିବାର ଅନୁଭବ କଲା। ତୁରନ୍ତ ସେ ଏହା କ’ଣ ଦେଖିବାକୁ ଜିନିଷକୁ ଧରି ପକାଇଲା। ଏହା ଏକ ଲମ୍ବା ଖଣ୍ଡା ଥିଲା, ସନ୍ତରଣ କରି ସେ କୂଳ ପର୍ଯ୍ୟନ୍ତ ଖଣ୍ଡାକୁ ଆଣିଲେ। ଏ ସମ୍ପର୍କରେ ସବିଶେଷ ଜାଣିନପାରି ସାଗା ବାପାଙ୍କୁ ଡାକି ସେହି ଖଣ୍ଡା ଦେଖାଇଥିଲା। ଏହା ଏକ ପ୍ରାଚୀନ ଖଣ୍ଡା ହୋଇଥିବାରୁ ସାଗାର ବାପା ତୁରନ୍ତ ନିକଟସ୍ଥ ସଂଗ୍ରହାଳୟ ସହ ଯୋଗାଯୋଗ କଲେ। ବିଭିନ୍ନ ପ୍ରକାର ଅନୁସନ୍ଧାନ କରିବା ପରେ ଖଣ୍ଡାଟି ପ୍ରାୟ ୧୫୦୦ ବର୍ଷ ପୁରାତନ ବୋଲି ଜଣାପଡ଼ିଥିଲା। ଏବେ ସ୍ବିଡେନ୍‌ର ମୁଖ୍ୟ ସଂଗ୍ରହାଳୟରେ ତାହା ସ୍ଥାନ ପାଇଛି। ଖଣ୍ଡାଟିରେ ସୁନ୍ଦର କାରୁକାର୍ଯ୍ୟ ହେବା ସହ ଗ୍ରୀକ୍ ଭାଷାରେ ବିଭିନ୍ନ ତଥ୍ୟ ଉଲ୍ଲେଖ ହୋଇଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories