www.samajalive.in
Sunday, December 14, 2025
19.1 C
Bhubaneswar

୩ବର୍ଷ ଧରି ଚାଲିଥିଲା ନକଲି ଟୋଲ ଗେଟ୍‌

ନୂଆଦିଲ୍ଲୀ : ଟଙ୍କା ରୋଜଗାର କରିବାକୁ କେତେକ ବ୍ୟକ୍ତି କଠିନ ପରିଶ୍ରମ କରୁଥିବା ବେଳେ ଆଉ କେତେକ ବ୍ୟକ୍ତି ଅନ୍ୟକୁ ଠକିବା, ଦୁର୍ନୀତି ଆଦି କରିଥାନ୍ତି। ରୁଷର ପାୟଟିଗ୍ୟାସ୍କ ନାମକ ଏକ ସହରରେ ଜଣେ ବ୍ୟକ୍ତି ୩ ବର୍ଷ ଧରି ଏକ ନକଲି ଟୋଲ ଗେଟ୍ ଖୋଲି ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି। ଏହି ସହରରେ ଏକ ନଦୀବନ୍ଧ ରହିଛି। ନଦୀବନ୍ଧ ଆରପଟେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏକ ସ୍ଥାନ ରହିଛି। ଏହି ସ୍ଥାନକୁ ବର୍ଷର ଅଧିକାଂଶ ସମୟରେ ପର‌୍ୟ୍ୟଟକମାନେ ଗାଡ଼ିରେ ଆସିଥାନ୍ତି। ସେହି ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ନଦୀବନ୍ଧର ପ୍ରବେଶ ସ୍ଥାନରେ ଏକ ଟୋଲ ଗେଟ୍ ଖୋଲିବା ସହ କର୍ମଚାରୀ ନିଯୁକ୍ତ କରିଥିଲେ। ସେହି ରାସ୍ତା ଦେଇ ଯିବାଆସିବା କରୁଥିବା ଗାଡ଼ିରୁ ସେ ଶୁଳ୍କ ଆଦାୟ କରୁଥିଲେ। ୩ ବର୍ଷରୁ ଅଧିକ ସମୟ ଧରି ଏହି ନକଲି ଟୋଲ ଗେଟ୍ କାର୍ଯ୍ୟକ୍ଷମ ରହିଥିଲା। ଏହି ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଟୋଲ ଗେଟ୍ଟି ନକଲି ହୋଇଥିବା ଜଣାପଡ଼ିବା ପରେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଥିବା ଜଣାପଡ଼ିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories