ଶୁକ୍ରବାର ରାଶିଫଳ: ବାଣିଜ୍ୟ ବ୍ୟବସାୟରେ ଲାଭ ସହ ମିଳିବ ଖୁସି ଖବର, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- କର୍ମଚଞ୍ଚଳ ରହିବେ। ଏକାନ୍ତ ଜପ, ତପ, ସାଧନା ଫଳବତୀ ହେବ। ରାଜଯୋଗ ଭୋଗ କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ସହକର୍ମୀଙ୍କ ପଥ ପ୍ରଦର୍ଶକ ହେବେ। ପୁତ୍ର ସୁଖ ମିଳିବ। ସୁସ୍ଥ ରହିବେ।
ବୃଷ- ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦୃଢ଼ ପୌରୁଷର ଅଧିକାରୀ ହେବେ। ବହୁଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ସୁନ୍ଦର ଓ ସୁଖୀ ହେବେ।
ମିଥୁନ- ଆୟୁଷ୍ମାନ୍ ହେବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ଧନ ଅର୍ଜନ କରିପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତିର ସୂଚନା ମିଳୁଛି। କ୍ରିୟାରତ ହେବେ। ମନୋଜ୍ଞ ହୋଇପାରନ୍ତି। କର୍ମଠ ହେବେ।
କର୍କଟ- ଜଣେ ବିଶିଷ୍ଟ ସମାଜସେବୀଭାବେ ସମ୍ମାନିତ ଓ ଜନସାଧାରଣଙ୍କ ଆଦରଣୀୟ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ପତ୍ନୀଙ୍କ ଉପଦେଶ ଗ୍ରହଣୀୟ ହେବ। ଦାତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି।
ସିଂହ- ଥଣ୍ଡା କଫ ହେତୁ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭପ୍ରଦ ହେବ। ଯାନବାହନ ସୁଖ ଭୋଗ କରିପାରନ୍ତି। ଶତ୍ରୁ ବୃଦ୍ଧି ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ।
କନ୍ୟା- ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଧନାଗମର ସୂଚନା ମିଳୁଛି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀ ସହାୟିକା ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ।
ତୁଳା- ଆୟୁଷ୍ମାନ୍ ହେବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧା ରହିବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ପର ଧନରେ ଧନୀ ହେବେ। ଭାଗ୍ୟଶାଳୀ ହେବେ।
ବିଛା- କର୍ମଚଞ୍ଚଳ ରହିବେ। ହଠାତ୍ କିଛି ଧନ ମିଳିପାରେ। ବ୍ୟବସାୟରେ ଧନ ଲାଭ ହେବ। ହସମୁଖ, ଗଣିତଜ୍ଞ, କବି, ସୁନ୍ଦର ଦ୍ରବ୍ୟର ଅଭିଳାଷୀ ହେବେ। ଧନୀ, ଧୈର୍ଯ୍ୟବାନ୍, କ୍ଷମାଶୀଳ ଓ ତୀକ୍ଷ୍ମ ବୁଦ୍ଧିସମ୍ପନ୍ନ ହେବେ।
ଧନୁ- ଉଦାର ସ୍ବଭାବ ଓ ଦାନଶୀଳ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ରହିଛି। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଯାନବାହନ ସୁଖ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ସର୍ବଦା ପ୍ରବାସପ୍ରିୟ ହେବେ।
ମକର- ଆତ୍ମବିଶ୍ବାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କର ଭକ୍ତିଭାଜନ ହେବେ। ସର୍ବତ୍ର ବିଜୟୀ ହେବେ। ସାମାଜିକ କାର୍ୟ୍ୟରେ ସଫଳତା ମିଳିବ। ସୁସ୍ଥ ରହିବେ।
କୁମ୍ଭ- ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ମଧୁରଭାଷୀ ହେବେ। ସଦାଚାରୀ ହେବେ। ଧର୍ମ କାର୍ଯ୍ୟରେ ରୁଚି ରହିବ। ଜିତେନ୍ଦ୍ରୀୟ ହେବେ। ସଦା ସୁଖୀ ହେବେ।
ମୀନ- ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ କରିପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଧୂର୍ତ୍ତ ବୁଦ୍ଧିସମ୍ପନ୍ନ ହେବେ। ଗୀତ ଓ ସଙ୍ଗୀତପ୍ରିୟ ହୋଇପାରନ୍ତି।
Comments are closed.