ଉଦଳା : ମୟୁରଭଞ୍ଜ ଉଦଳା ଥାନା ବୃନ୍ଦାଗଡି ଗାଁରେ ଜଣଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଦୁର୍ବୃତ୍ତମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିଥିବା ବେଳେ ୪୫ ହଜାର ନଗଦ ଟଙ୍କା ମଧ୍ୟ ଲୁଟ୍ କରିଛନ୍ତି।
ଗ୍ରାମର ସୁଦାମ କୁମାର ମାଝୀଙ୍କ ଘରୁ ଏହି ଲୁଟ୍ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ଘରେ ପଶି ଗଡ୍ରେଜ୍ ଭାଙ୍ଗି କେବଳ ସୁନା ଜିନିଷ ନେଇ ନକଲି ସୁନା (ଇମିଟେସନ୍) ଅଳଙ୍କାର ରଖି ଦେଇଛନ୍ତି ।
ଘରେ ପହଞ୍ଚି ସୁଦାମ ମୁଖ୍ୟ କବାଟ ଭଙ୍ଗାର ଯାଇଥିବା ଦେଖିବାକୁ ପାଇଲେ। ଏହାପରେ ଘରେ ଭିତରେ ଗଡରେଜ୍ ଭାଙ୍ଗି ଜିନିଷ ଏଣେତେଣେ ଦେଖି ଲୁଟ୍ ହୋଇଥିବା ଜାଣି ଥାନାକୁ ଯାଇ ଏନେଇ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
କ’ଣ କହେ ହସ୍ତରେଖା: ଜାଣନ୍ତୁ କେଉଁମାନଙ୍କର ହୋଇଥାଏ ସରକାରୀ ଚାକିରି..
୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ଶନି ଚଳନ; ଏହି ୩ ରାଶି ହେବେ ମାଲାମାଲ୍, ଭାଗ୍ୟଶାଳୀ..
ଆରଜି କର ମେଡିକାଲ; ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ; ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ



