www.samajalive.in
Sunday, December 14, 2025
23.1 C
Bhubaneswar

ଛେଳିର ଜୀବନ ରକ୍ଷା କରିବାକୁ ଟ୍ରେନ୍ ଆଗକୁ ଡେଇଁ ପଡିଲେ ଯୁବତୀ, ଶେଷରେ ହେଲା ଏମିତି

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଅନେକ ଚେଷ୍ଟା ସତ୍ତ୍ବେ ଜଣେ ଯୁବତୀ ଏକ ଛେଳିକୁ ମୃତ୍ୟୁ ମୁଖରୁ ରକ୍ଷା କରିପାରୁନାହାଁନ୍ତି । ଟ୍ରେନ୍ ଲାଇନରେ ଏକ ଛେଳିଟି ବୁଲୁଥିବାବେଳେ ଟ୍ରେନ୍ ଚାଲିଆସୁଛି । ଯୁବତୀ ଜଣକ ତାକୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଛେଳିର ଜୀବନ ରକ୍ଷା ହୋଇପାରୁନି ।

- Advertisement -

ଭିଡିଓରେ ୨ ଜଣ ମହିଳା ନଜର ଆସୁଛନ୍ତି । ମହିଳା ନିଜ ଛେଳିକୁ ଚରାଇବା ପାଇଁ ରେଳ ଲାଇନ ପାଖକୁ ଆଣିଛନ୍ତି । କିନ୍ତୁ ଏକ ଛେଳି ଚରି ଚରି ଲାଇନ ଉପରକୁ ଚାଲିଆସୁଛି । ଏହି ସମୟରେ ଟ୍ରେନ୍ ଆସୁଛି । ଯୁବତୀ ଜଣକ ତାକୁ ରକ୍ଷା କରିବା ପାଇଁ ତା ବେକରେ ଲାଗିଥିବା ଦଉଡିକୁ ଭିଡି ଲାଇନରୁ ହଟାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଟ୍ରେନଟି ଜୀବ ଉପରେ ଚଢିଯାଉଛି ।

ଏହି ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । କିଛି ୟୁଜର୍ସ ଯୁବତୀଙ୍କ ସାହସର ପ୍ରଶଂସା କରୁଥିବାବେଳେ ଆଉ କିଛି ତାଙ୍କୁ ଦୋଷ ଦେଉଛନ୍ତି । କିଛି ୟୁଜର୍ସ କହୁଛନ୍ତି କି ଛେଳି ଦଉଡିକୁ ଭିଡି ଧରିନଥିଲେ ସେ ମନକୁ ମନ ଲାଇନରୁ ହଟିଯାଇ ନିଜ ଜୀବନ ରକ୍ଷା କରିପାରିଥାନ୍ତା ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories