ମାଲକାନଗିରି : ସ୍ତ୍ରୀର ଚିକିତ୍ସା ପାଇଁ ଯାଉଥିଲେ। ଘରୋଇ ହସ୍ପିଟାଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଗଲା ବାପାଝିଅଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଶନିବାର ବିଶାଖାପାଟଣା ନିକଟରେ ଘଟିଛି । ମୃତ ବାପା ଝିଅ ମାଲକାନଗିରି ପଡିଆ ବ୍ଲକ ଏମଭି ୫୫ ଗାଁର ବୋଲି ଜଣାପଡିଛି । ମାଲକାନଗିରିରୁ ୩୦ରୁ ଅଧିକ ରୋଗୀ ଓ ସମ୍ପର୍କୀୟଙ୍କୁ ନେଇ ଯାଉଥିବା ଏହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତକ ହେଲେ ସୁବ୍ରତ ରାୟ ଓ ତାଙ୍କ ୩ ବର୍ଷର ଝିଅ । ରାସ୍ତାରେ ଟ୍ରକ୍କୁ ଏହି ବସ୍ ଧକ୍କା ଦେଇଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି ।
ଘରେ କଳା କନା ବୁଲାଇଲେ, ଇମିଟେସନ୍ ରଖି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟ୍..



