www.samajalive.in
Sunday, December 7, 2025
23.1 C
Bhubaneswar

ମହାନଦୀ ଜଳ ବିବାଦ ଶୁଣାଣି ଆଜି

ନିତି ଆୟୋଗ ପାଖରେ ନାହିଁ ମହାନଦୀ ତଥ୍ୟ, ଶୁଣୁନି ଏନ୍‌ଡିଏମ୍‌ଏ,  ବିନା ସତ୍ୟପାଠରେ ତଥ୍ୟ ଉପସ୍ଥାପନକୁ ଛତିଶଗଡ଼ର ବିରୋଧ

ନୂଆଦିଲ୍ଲୀ : ମହାନଦୀ ଜଳ ପ୍ରବାହ ସମ୍ପର୍କିତ କୌଣସି ତଥ୍ୟ ନୀତି ଆୟୋଗ ନିକଟରେ ଉପଲବ୍ଧ ନାହିଁ। ଟ୍ରାଇବୁନାଲଙ୍କୁ ଆୟୋଗଙ୍କ ତରଫରୁ ଏହା ଜଣାଇ ଦିଆଯାଇଛି। ଶନିବାର ମହାନଦୀ ଜଳ ବିବାଦ ଟ୍ରାଇବୁନାଲଙ୍କ ଶୁଣାଣି ପୂର୍ବରୁ ନୀତି ଆୟୋଗର ଜଳସମ୍ପଦ ପରାମର୍ଶଦାତା ଶୁକ୍ରବାର ଏହା ଅବଗତ କରାଇଛନ୍ତି। ଗତ ୧୪ ମେ ଶୁଣାଣି ସମୟରେ ଟ୍ରାଇବୁନାଲ ମହାନଦୀ ଜଳ ପ୍ରବାହ ସମ୍ପର୍କିତ ତଥ୍ୟ ଲାଗି କେନ୍ଦ୍ରୀୟ ସଂସ୍ଥା ନୀତି ଆୟୋଗ, ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ଏବଂ କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରାଳୟ ସଚିବଙ୍କୁ ନୋଟିସ ଜାରି କରିଥିଲେ। ୨୫ ମେ’ରେ ମହାନଦୀ ଜଳ ପ୍ରବାହ ସମ୍ପର୍କରେ କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରାଳୟ ତରଫରୁ ତଥ୍ୟ ଦାଖଲ କରାଯାଇଥିବା ଜଣାପଡ଼ିଛି। ତେବେ ଏନ୍‌ଡିଏମ୍‌ଏକୁ ନୋଟିସ ପରେ ମଧ୍ୟ କୌଣସି ଜବାବ ଆସିପାରିନାହିଁ। ତଥ୍ୟ ଲାଗି ଏନଡିଏମଏର ବିଭିନ୍ନ ପଦାଧିକାରୀଙ୍କ ସହ ଟ୍ରାଇବୁନାଲଙ୍କ ତରଫରୁ ଯୋଗଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି ସୁଫଳ ମିଳିପାରିନାହିଁ। ସେହିପରି ମାମଲାରେ ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ ଓକିଲ ନିଯୁକ୍ତି କରାଯାଇଛି।
ଏଥିସହ ଏସଏଲୟୁଏସଆଇ ତରଫରୁ ମହାନଦୀ ଅବବାହିକାରେ ମୃତ୍ତିକା ସମ୍ପର୍କିତ ଅତିରିକ୍ତ ତଥ୍ୟ ଦାଖଲ କରାଯାଇଛି। ଗତ ଶୁଣାଣି ପରେ ଟ୍ରାଇବୁନାଲଙ୍କ ନିର୍ଦେଶ ମୁତାବକ କମନ ଇନଫରମେସନ ଫର୍ମାଟ (ସାଧାରଣ ସୂଚନା ଢାଞ୍ଚା) ଚୂଡ଼ାନ୍ତ କରିବା ଲାଗି ମେ ୩୧, ଜୁନ ୨୧ ଏବଂ ଜୁଲାଇ ୧୪ରେ ଆସେସର (ପ୍ରଭାବ ଆକଳକ)ଙ୍କ ତିନୋଟି ବୈଠକ ଅନୁଷ୍ଠିତ ହୋଇଥିଲା। କମନ ଇନଫରମେସନ ଫର୍ମାଟରେ କେତେକ ତ୍ରୁଟି ସୁଧାରିବାକୁ ଉଭୟ ରାଜ୍ୟକୁ ତଥ୍ୟ ପ୍ରେରଣ କରାଯାଇଥିବା ଜଣାପଡ଼ିଛି। ବିନା ସତ୍ୟପାଠରେ ଟ୍ରାଇବୁନାଲରେ କୌଣସି ତଥ୍ୟ ଉପସ୍ଥାପନ କରିବାକୁ ଛତିଶଗଡ଼ ସରକାର ବିରୋଧ କରିଛନ୍ତି। ଗତ ମେ ୨୪ରେ ଟ୍ରାଇବୁନାଲଙ୍କୁ ଏହି ସମ୍ପର୍କିତ ଚିଠି ଲେଖି ଛତିଶଗଡ଼ ସରକାରଙ୍କ ତରଫରୁ କୁହାଯାଇଛି ଯେ ଯେଉଁ ତଥ୍ୟକୁ କ୍ରସ-ଏକ୍‍ଜାମିସନ (ପୁନ ପରୀକ୍ଷା ତଥା ସମୀକ୍ଷା) କରାଯାଇପାରିବ ନାହିଁ ସେଭଳି ତଥ୍ୟକୁ ନୋଟ ୍‌ ଜରିଆରେ ଉପସ୍ଥାପନ ଲାଗି କୌଣସି ରାଜ୍ୟକୁ ଅନୁମତି ଦିଆ ନ ଯାଉ। ଶୁକ୍ରବାର ଓଡ଼ିଶା ସରକାରଙ୍କ ପକ୍ଷରୁ ମହାନଦୀ ଅବବାହିକାରେ ଭୂତଳ ଜଳ ଉପଲବ୍ଧତା ବିଷୟରେ ବିଶେଷଜ୍ଞ ଗୁଲାବ ପ୍ରସାଦଙ୍କ ସାକ୍ଷୀ ସତ୍ୟପାଠ ଏବଂ ଛତିଶଗଡ଼ ସରକାରଙ୍କ ତରଫରୁ ବନ୍‍ଡି ଭେଙ୍କଟସ୍ୱରଲୁଙ୍କ ସାକ୍ଷୀ ସତ୍ୟପାଠ ଟ୍ରାଇବୁନାଲରେ ଦାଖଲ ହୋଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories