କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗାଁର ମମିତା ମେହେର କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ କଲେଜରେ ଅଧ୍ୟକ୍ଷା ଭାବେ କାମ କରୁଥିଲେ, କରୋନା କଟକଣା ଜାରି ହେବା ପରେ ମମିତା ନିଜ ଘର ଝରଣୀକୁ ଚାଲି ଯାଇଥିଲେ, କିନ୍ତୁ ୨୦୨୧ ସେପ୍ଟେମ୍ବର ମାସରେ ମମିତାଙ୍କର ଜଣେ ସହଯୋଗୀ ଶିକ୍ଷକ ମମିତାକୁ ଅକ୍ଟୋବର ୮ ତାରିଖ ଦିନ ମିଟିଂ ଅଛି ବୋଲି ଆସିବାକୁ କହିଥିଲେ। ପରବର୍ତ୍ତୀ ସମୟରେ ପୁଣି ଫୋନ କରି କହିଲା ଯେ ୮ ତାରିଖ ମିଟିଂ କୁ ୯ ତାରିଖକୁ ରଖାଯାଇଛି ଆଉ ତୁମେ ୮ ତାରିଖ ଦିନ ଆସିବ ବୋଲି କୁହାଗଲା। ତେଣୁ କରି ମମିତା ୮ ତାରିଖ ଦିନ କଣ୍ଟାବାଞ୍ଜିରୁ ବସରେ ବସି ଚାନ୍ଦୋତରା ଛକ ପର୍ଯ୍ୟନ୍ତ ବସରେ ଗଲେ ଓ ସେଠାରେ ଗୋବିନ୍ଦ ସାହୁ ପୂର୍ବରୁ ଛକି ରହିଥିଲା ଓ ନିଜ କାରରେ ବସାଇ ଭବାନୀପାଟଣା ରାସ୍ତାରେ ନେଇ ଗଲା, ସେବେ ଠାରୁ ମମିତାଙ୍କ ଖୋଜ ଖବର ଆଉ ମିଳିଲା ନାହିଁ। କଳାହାଣ୍ଡି ଜିଲ୍ଲାର ପୋଲିସ ନିକଟରେ ଯେତେ ଅଭିଯୋଗ କଲେ ସୁଦ୍ଧା କୌଣସି ସନ୍ଧାନ ମିଳୁନଥିଲା କି ମାମଲା ରୁଜୁ କରାଯାଉ ନଥିଲା । ପଲ୍ଲୀରୁ ଦିଲ୍ଲୀ ଯେତେବେଳେ ଚହଳି ପଡ଼ିଲା ତେବେ ବଲାଙ୍ଗିର ପୋଲିସ ହସ୍ତକ୍ଷେପ ପରେ ଘଟଣା ପଦାକୁ ଆସିଥିଲା, ଓ ମୁଖ୍ୟ ଅଭିଯୁକ୍ତ ଭାବେ ମହାଲିଙ୍ଗ କଲେଜ ସମ୍ପାଦକ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଚଣ୍ଡିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Related Posts
ଉଚ୍ଚ ନ୍ୟାୟାଳୟରେ ସ୍ତ୍ରୀ ଓ ପୁଅର ଚିକିତ୍ସା ପାଇଁ ଗୋବିନ୍ଦଙ୍କ ଓକିଲ ଜାମିନ ଲାଗି ଆବେଦନ କରଥିଲେ। ଜୁନ ୨୮ ତାରିଖ ଦିନ ସ୍ତ୍ରୀ ଓ ପୁଅର ଚିକିତ୍ସାକୁ କେନ୍ଦ୍ର କରି ଉଚ୍ଚନ୍ୟାୟାଳୟ ଗୋବିନ୍ଦ ସାହୁକୁ ୧୪ଦିନ ପାଇଁ ଆନ୍ତରୀଣ ଜାମିନ ମଞ୍ଜୁର କରିଥିଲେ। ଜୁଲାଇ ୮ ତାରିଖ ଦିନ ଉଚ୍ଚନ୍ୟାୟାଳୟଙ୍କ ନିଷ୍ପତ୍ତି ଅନୁଯାୟୀ କଣ୍ଟାବାଞ୍ଜି ଏଡିଜେ କୋର୍ଟ ସର୍ତ୍ତ ମୂଳକ ଆନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ୫୦ ହଜାର ଟଙ୍କାର ଦୁଇଟି ଜିମାନତ ୬ ଟି ସର୍ତ୍ତରେ ଜାମିନ ମିଳିଥିଲା। ଗତ ୧୩ ତାରିଖ ଦିନ ଗୋବିନ୍ଦ ସାହୁଙ୍କ ଓକିଲ ଦୁର୍ଗାପ୍ରସାଦ ପାଢି କଣ୍ଟାବାଞ୍ଜି ଏଡିଜେଙ୍କ ନିକଟରେ ପୁଣି ଗୋଟିଏ ଆବେଦନ କରିଥିଲେ । ଗୋବିନ୍ଦ ତାର ସ୍ତ୍ରୀକୁ ଓ ପୁଅକୁ ଚିକିତ୍ସା କରେଇବା ପାଇଁ ବାହାରକୁ ଯିବାକୁ ଅନୁମତି ନିମନ୍ତେ ଲିଭ ପିଟିସନ ଆବେଦନ କରିଥିଲେ । ଶୁକ୍ରବାର ଆବେଦନର ବିଚାର କରି କଣ୍ଟାବାଞ୍ଜି ଏଡିଜେ ରାୟ ପ୍ରକାଶ କରିଛନ୍ତି ଓ ରାୟ ରେ ଉଲ୍ଲେଖ କରିଛନ୍ତି ଯେ, ଗୋବିନ୍ଦ ସାହୁ ତାର ସ୍ତ୍ରୀକୁ ବିଶାଖାପାଟଣା ନେଇ ପାରିବ ଓ ପୁଅକୁ ଭୁବନେଶ୍ବର ନେଇ ପାରିବ। ଆସନ୍ତା ୨୨ତାରିଖରେ ଗୋବିନ୍ଦ ସ୍ତ୍ରୀ ଓ ପୁଅର ଚିକିତ୍ସା ସାରି ପୁନର୍ବାର ଏଡିଜେ କୋର୍ଟରେ ଆତ୍ମ ସମର୍ପଣ କରିବ ବୋଲି ସରକାରୀ ଓକିଲଙ୍କ ସୂତ୍ରରୁ ଜଣା ପଡିଛି।
Comments are closed.