www.samajalive.in
Monday, December 8, 2025
14.1 C
Bhubaneswar

ହୋମଗାର୍ଡଙ୍କୁ ଆକ୍ରମଣ ଅଭିଯୋଗ

ପୁରୀ: ଜଣେ ହୋମଗାର୍ଡଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ପୁରୀ ଜିଲା ମଶାଶି ଚଣ୍ଡୀ ଛକରେ ଏହି ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ହୋମଗାର୍ଡ ଗୁଣମଣିଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ବାମ ହାତ, ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲାଗିଛି।
ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ବାସେଳୀ ଥାନା ଗୋଖା ସାହିରେ ଜମିଜମା ବିବାଦକୁ ନେଇ ବୋମାମାଡ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଥିଲା। ଅଘଟଣ ଆଶଙ୍କାରେ ପୁଲିସ ସେଠାରେ ପାଟ୍ରୋଲିଂ କରୁଥିଲା। ବୋମାମାଡରେ ସମ୍ପୃକ୍ତ ଥିବା ଦୁଇ ଜଣ ଯୁବକଙ୍କ ଉପରେ ସନ୍ଦେହ କରି ପୁଲିସ ସେମାନଙ୍କର ପିଛା କରିଥିଲା। ମାତ୍ର ସେମାନେ ଖସି ପଳାଇଥିଲେ। କିନ୍ତୁ ମଶାଣି ଚଣ୍ଡୀ ଛକରେ ମଙ୍ଗଳବାର ଭୋର ୫ଟା ସମୟରେ ହୋମଗାର୍ଡ ଗୁଣମଣିଙ୍କୁ ଏକୁଟିଆ ଦେଖି ଦୁବୃର୍ତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories