ଭଙ୍ଗା କୁଡ଼ିଆରେ ତିନି ପ୍ରାଣୀ କୁଟୁମ୍ବ, ସରକାରଙ୍କ ଯୋଜନା ସାତ ସପନ

ମୋହନା : ଗଜପତି ଜିଲା ମୋହନା ପଞ୍ଚାୟତ କାର୍ୟ୍ୟଳୟଠାରୁ ମାତ୍ର ୨ କିମି ଦୂରରେ ରହିଛି ଆନନ୍ଦପୁର ଗାଁ । ଏହି ଗ୍ରାମରେ ଅତି ଦୟନୀୟ ଭାବରେ ଜୀବନ ଯାପନ କରୁଛନ୍ତି ଭିନ୍ନକ୍ଷମ ମହିଳା ସୁମିତ୍ରା ନାୟକ (୪୧)ହାତ, ଗୋଡ କାମ କରୁନାହିଁ। ଚାଲିବାକୁ ସଂପୂର୍ଣ୍ଣ ଅକ୍ଷମ। ମାନସିକ ଆକ୍ରାନ୍ତରେ ପୀଡ଼ିତ ଝିଅ ଅମ୍ରିତା ନାୟକ (୨୩) ଓ ନାତି କ୍ରିସ ବଳିଆର ସିଂ(୫)। ରହିବା ପାଇଁ ଘର ନାହିଁ କି ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ନାହିଁ। କର୍ମକୁ ଆଦରି ଭଙ୍ଗା ଦଦରା ଜରିପାଲ ଟଣା କୁଡ଼ିଆ ଘରେ ଜୀବନ ଅତିବାହିତ କରୁଛନ୍ତି ସେ। କେନ୍ଦ୍ର ଓ ରାଜ୍ୟ ସରକାର ବାସହୀନମାନଙ୍କୁ ବାସ ଯୋଗାଇବା ପାଇଁ ଆବାସ ଯୋଜନା କରିଛ,ନ୍ତି କିନ୍ତୁ ଯୋଜନା ବାଟବଣା ହୋଇ ରହିଯାଉଛି। ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଘର ଖଣ୍ଡେ ତାଙ୍କୁ ମିଳି ପାରିନାହିଁ । ଫଳରେ ଦୀର୍ଘ ୫ ବର୍ଷ ହେବ ଭଙ୍ଗା ଦଦରା ଘରେ ପଲିଥିନ ଘୋଡାଇ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରି ଆସୁଛନ୍ତି । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ବିଭିନ୍ନ ସମୟରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନ ପାଖରେ ଗୁହାରି କରିଛନ୍ତି । ହେଲେ ତାଙ୍କ ପ୍ରତି କାହାରି ଶୁଭ ଦୃଷ୍ଟି ପଡିନାହିଁ । ଏବେ ଲାଗି ରହିଛି ଲଗାଣ ବର୍ଷା କେତେ ବେଳେ ଯେ ଏହି ପାଲ ଛପର ପଲିଥିନ କୁଡ଼ିଆ ଭୁଷୁଡି ପଡିବ ତା’ର ମଧ୍ୟ ଠିକ ଠିକଣା ନାହିଁ । ଭଗବାନ ଭରସାରେ ମାଆ, ଝିଅ ଓ ନାତି ଦିନ କାଟୁଛନ୍ତି।

prayash

ରୋଜଗାର କହିଲେ କିଛି ନାହିଁ। କେବଳ ମାସକୁ ସରକାରୀ ଭତ୍ତା ୭ ଶହ ଟଙ୍କା।ପଡିକାର୍ଡ ନାହିଁ। ପଡି କାର୍ଡ଼ ଖଣ୍ଡେ ପାଇବା ପାଇଁ ସୁମିତ୍ରା ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ସୁଫଳ ମିଳୁ ନ ଥିବା କୋହଭରା କଣ୍ଠରେ କାନ୍ଦି କାନ୍ଦି ସେ କହିଛନ୍ତି। ଥିଲା ବାଲାଙ୍କୁ ସରକାର ସବୁ କିଛି ଦେଉଛନ୍ତି ହେଲେ ନଥିଲା ବାଲାଙ୍କୁ କିଛି ନାହିଁ ବୋଲି ଅଭିଯୋଗ କରିଛନ୍ତି। ଗାଁର କିଛି ସହୃଦୟ ବ୍ୟକ୍ତି ଦୟା ଦେଖାଇ ବେଳେ ବେଳେ ରନ୍ଧା ଖାଦ୍ୟ ଦେଉଥିବା ବେଳେ ବହୁ ସମୟରେ ଖାଦ୍ୟର ଅଭାବରେ ପରିବାର ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି।ଫଳରେ ଭାଗ୍ୟକୁ ଆଦରି ଚୁପ ରହିଥିବା ସୁମିତ୍ରା କୋହ ଭରା କଣ୍ଠରେ ସରକାରଙ୍କୁ ସାହାଯ୍ୟ ଭିକ୍ଷା ମାଗିଛନ୍ତି। ଏନେଇ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସଙ୍କୁ ପଚାରିବାରୁ ସେ ପାଲ ଯୋଗାଇଦେବା ସହ ସରକାରୀ ନିୟମ ଅନୁଯାୟୀ ସହାୟତା ଦିଆଯିବ ବୋଲି କହିଛନ୍ତି।

kalyan agarbati

Comments are closed.