www.samajalive.in
Monday, December 15, 2025
15.1 C
Bhubaneswar

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ ସ୍ବଧାଦେବ ସିଂ, ବଣ୍ଟନ କଲେ ୩୫ଟି ବିଦ୍ୟାଳୟର ପଟ୍ଟା

ରାମନାଗୁଡା: ଆଜି ରାୟଗଡ଼ା ଜିଲାପାଳ ସ୍ବଧାଦେବ ସିଂ ରାମନାଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ୟ୍ୟର ତଦାରଖ କରିଛନ୍ତି। ପ୍ରଥମେ ଜିଲାପାଳ ରାମନାଗୁଡା ବ୍ଲକରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ଜିଲାପାଳ ୩୫ଟି ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଥିଲେ। ଏହାପରେ ରାମନାଗୁଡା ଉଚ୍ଚ ବିଦ୍ୟାଳୟ, ଗୁଲୁଣ୍ଠି ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଶିକ୍ଷାଦାନ ଉପରେ ଆଲୋଚନା କରିଥିଲେ। ୫ଟି ଦ୍ବାରା ନବନିର୍ମିତ ବିଦ୍ୟାଳୟ ହୋଇଥିବା ସ୍ମାର୍ଟ ଶ୍ରେଣୀଗୃହ, ଶୌଚାଳୟ, କମ୍ପୁଟର କକ୍ଷ ଆଦିହୋଇଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଲିଙ୍ଗରାଇ ଗ୍ରାମ ନିକଟରେ ଥିବା ଅମୃତ ସରୋବର ଯୋଜନାରେ ପୋଖରୀ ପରିଦର୍ଶନ ସହ ବୃକ୍ଷରୋପଣ କରିଥିଲେ।

 

- Advertisement -

ଏହାପରେ ମିଶନ ଶକ୍ତି ସହାୟତାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଦ୍ୱାରା ପେପର ପ୍ଲେଟ ପ୍ରସ୍ତୁତି ଓ ମାଛ ଚାଷ ଦେଖିଥିଲେ। ଏଥି ସହିତ ଉଦ୍ୟାନ ବିଭାଗର କାଜୁ ବଗିଚା ଓ ଟିସୁ କଲଚର, କଦଳୀ ବଗିଚା ପରିଦର୍ଶନ କରି ବିଭାଗର କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗକୁ ଅଧିକା ଚାଷୀଙ୍କୁ ଏଭଳି ଉନ୍ନତ ଜ୍ଞାନ କୌଶଳ ସହ ଲାଭଦାୟକ ଚାଷରେ ଯୋଡିବା ପାଇଁ ପରାମର୍ଶ ଦେଇଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ତହସିଲଦାର ପ୍ରଭାତି ଝୋଡିଆ, ବିଡ଼ିଓ ବେଣୁଧର ଶବର, ସହକାରୀ ଯନ୍ତ୍ରୀ ପ୍ରମୋଦ ମିଶ୍ର, କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ, ସିଡିପିଓ ଶାନ୍ତିଲତା ରଥ, ପିଇଓ ପ୍ରଭାତ ଶତପଥୀ, ବିଇଓ ସୂଜନ ମଲ୍ଲିକଙ୍କ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories