ଧାନକ୍ରୟ ସମୟରେ ଚାଲିଥିବା ଦଲାଲା ରାଜ ଉଛେଦ ପାଇଁ ସମବାୟ ସମିତି ସଭାପତିଙ୍କ ପ୍ରତିଶ୍ରୁତି
ହରଭଙ୍ଗା:ଗୁରୁବାର ହରଭଙ୍ଗା ବ୍ଲକ ଶଙ୍କୁଲେଇ ସମବାୟ ସମିତି ସଭାପତିଭାବେ ରଶ୍ମିତା ମହାକୁଡ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ନିଜ ସମବାୟର ଉନ୍ନତିକରଣ ସାଙ୍ଗକୁ ସମସ୍ତ ଚାଷୀଙ୍କ ସୁବିଧା ଅସୁବିଧା ବୁଝିବା ସହିତ ଧାନକ୍ରୟ ସମୟରେ ଚାଲିଥିବା ଦଲାଲା ରାଜ ଉଛେଦ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ଦାୟିତ୍ୱ ଗ୍ରହଣ ସମୟରେ ତାଙ୍କ ସହିତ ସମବାୟ ସମ୍ପାଦକ ସଞୟ ଗାଈଗୌରିଆ ଏବଂ ଅନ୍ୟ ଡାଇରେକ୍ଟରମାନେ ଉପସ୍ଥିତ ଥିଲେ। ସୂଚନା ଥାଉ କି ଶ୍ରୀମତି ମହାକୁଡ ପୂର୍ବରୁ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଥିଲେ ବର୍ତ୍ତମାନ ସେ ଶଙ୍କୁଲେଇ ପଂଚାୟତର ସମିତି ସଭ୍ୟ ମଧ୍ୟ ଅଛନ୍ତି।
Comments are closed.