ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କରଙ୍କ ଅଡୁଆ; ବାନ୍ଧବୀଙ୍କ ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲେ ଜଗତସିଂହପୁର ଏସପି

ଭୁବନେଶ୍ୱର: ପୁଣି ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡୁଆ । ବିଜୟଶଙ୍କରଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଏଣିକି ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍‌ । ଏନେଇ ଜଗତସିଂହପୁର ଏସପି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଥିବା ଜଣାପଡ଼ିଛି । ବିଜୟଶଙ୍କରଙ୍କ ବାନ୍ଧବୀ ସୋମାଲିକା ଆଣିଥିବା ଅଭିଯୋଗର ସତ୍ୟାସତ୍ୟ କ୍ରାଇମବ୍ରାଞ୍ଚ ଖୋଜିବ । ବାନ୍ଧବୀ ସୋମାଲିକା ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ୍‌ ଚଳାଇଥିବା ଅଭିଯୋଗ ଆଣିଥିଲେ । ଏହାର ତଦନ୍ତ ପାଇଁ ଜଗତସିଂହପୁର ଏସପି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି । ଖାଲି ସେତିକି ନୁ​‌ହେଁ ପୂର୍ବରୁ ସୋମାଲିକାଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ବିଜୟଶଙ୍କର । ପରେ ତାଙ୍କ ସହ ପ୍ରତାରଣା କରାଯାଇଥିବା ମଧ୍ୟ ସେ ଅଭିଯୋଗ ଆଣିଥିଲେ । ବିଜୟଶଙ୍କର ଓ ବାନ୍ଧବୀ ସୋମାଲିକାଙ୍କ କିଛି ଅଡିଓ କ୍ଲିପ୍‌ ମଧ୍ୟ ଭାଇରାଲ ହୋଇଥିଲା ।

kalyan agarbati

Comments are closed.