www.samajalive.in
Saturday, December 13, 2025
23.1 C
Bhubaneswar

ଶ୍ରୀମନ୍ଦିର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ, ଜଗମୋହନ ଓ ନାଟମଣ୍ଡପ ସୁରକ୍ଷିତ

ଡେସ୍କ: ଶ୍ରୀଜୀଉଙ୍କର ଆଜି ନୀଳଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିର ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଶେଷ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ବରିଷ୍ଠ ପ୍ରତ୍ନତତ୍ତ୍ୱ ଅଧିକ୍ଷକ ଚିତ୍ତରଞ୍ଜନ ଦାଶ କହିଲେ ଶ୍ରୀଜୀଉମାନେ ଶ୍ରୀମନ୍ଦିରରେ ଅନୁପସ୍ଥିତ ଥିବା ସମୟରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଥିଲା। ଗର୍ଭଗୃହ କାନ୍ଥରୁ କଳା ସଫା କରାଯାଇ ରାସାୟନିକ ପ୍ରଲେପ ଦିଆଯାଇଛି। ଗରମ ବାମ୍ଫ ନିଷ୍କାସନ ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ନାଟମଣ୍ଡପ ଓ ଜଗମୋହନର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଫାଟରେ ଗ୍ରାଉଟିଂ (ତରଳ ପଦାର୍ଥ) କରାଯିବା ସହ କେତେକ ସ୍ଥାନରେ ପଥର ପରିବର୍ତ୍ତନ କରାଯାଇଛି।

ସେ କହିଛନ୍ତି, କଳାହାଟ ଦୁଆର ରୂପା ଛାଉଣି କାର୍ଯ୍ୟ ଶେଷ ହୋଇଛି। କେତେକ ପାର୍ଶ୍ବ ମନ୍ଦିର ମରାମତି କାର୍ଯ୍ୟ ଶେଷ ହୋଇଛି। ନାଟ ମଣ୍ଡପ ଗରୁଡ ସ୍ତମ୍ଭ ଉପରେ ଦୁର୍ବଳ ହୋଇପଡ଼ିଥିବା ବିମ୍‍ର ସ୍ଥିତିକୁ ଯାଞ୍ଚ କରାଯାଇଛି। ସେହିପରି କେତେକ ସ୍ଥାନରେ ଚଟାଣ ପଥର କ୍ଷୟ ହୋଇଥିବାରୁ ସେ ଗୁଡିକୁ ପରିବର୍ତ୍ତନ କରାଯିବାକୁ ସ୍ଥିର ହୋଇଛି। ନୀଳାଦ୍ରି ବିଜେ ପୂର୍ବରୁ ରୋଷଘର ଚଟାଣ ମରାମତି କରାଯିବାକୁ ଯାଞ୍ଚକାରୀ ବିଶେଷଜ୍ଞ ଦଳ ପରାମର୍ଶ ଦେଇଥିଲେ। ତାହାକୁ ଭିତ୍ତି କରି ଏଏସଆଇ ପକ୍ଷରୁ ରୋଷଘର ଚଟାଣ ମରାମତି କରାଯାଇଛି। ଜଗମୋହନ ଓ ନାଟ ମଣ୍ଡପର ସ୍ଥିତି ସୁରକ୍ଷିତ ରହିଛି ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ବାର୍ଷିକ ମରାମତି ଓ ରକ୍ଷଣାବେକ୍ଷଣ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ରଥଯାତ୍ରା ସମୟରେ ଚାଲିଥିବା ମରାମତି କାର୍ଯ୍ୟକୁ ଏଏସଆଇର କେତେକ ବରିଷ୍ଠ ଅଧକାରୀ ତଦାରଖ କରିଥିଲେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories