www.samajalive.in
Saturday, December 13, 2025
23.1 C
Bhubaneswar

କଲ୍ୟାଣସିଂହପୁରରେ ଜିଲାପାଳଙ୍କ ୪୬ଟି ଅଭିଯୋଗ ଶୁଣାଣୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା ପ୍ରଶାସନ ତରଫରୁ କଲ୍ୟାଣସିଂହପୁରର ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲାପାଳ ସ୍ୱଧା ଦେଵ ସିଂ, ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା, ଉପଜିଲାପାଳ ରାୟଗଡ ଭୀମସେନ ଶବର, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏଲ.ଏନ ପୃଷ୍ଟି, ଗ୍ରାମୀୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ତହସିଲଦାର ସୁଧାକର ରଇତ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗଗୁଡିକର ଶୁଣାଣୀ କରିଥିଲେ । ମୋଟ ୫୮ଟି ଅଭିଯୋଗ ଜିଲାପାଳଙ୍କ ନଜରକୁ ଆସିଥିଲା। ସେଥି ମଧ୍ୟରୁ ୪୬ଟି ବ୍ୟକ୍ତିଗତ ହୋଇଥିବା ବେଳେ ୯ଟି ସାମୂହିକ ଅଭିଯୋଗ ଆସିଥିଲା ଓ ୩ଗୋଟି ଆର୍ଥିକ ସହାୟତା ନିମନ୍ତେ। ସ୍ୱାସ୍ଥ୍ୟଗତ ସମସ୍ୟା ନିମନ୍ତେ ଜଣକୁ ୨୦ହଜାର, ଆଉ ଜଣକୁ ୧୫ହଜାର ଓ ଅନ୍ୟ ଜଣକୁ ୭୫୦୦/- ମୋଟ ୪୨୫୦୦/-ଟଙ୍କା ସହାୟତା ପ୍ରଦାନ କରିଥିଲେ । ଜିଲାପାଳ ଶ୍ରୀମତି ଦେଵସିଂ ଏହାପରେ କଲ୍ୟାଣ ସିଂପୁର ବ୍ଲକର ପାର୍ସାଲି ପଞ୍ଚାୟତରେ ଅବସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପରିଦର୍ଶନ କରିଥିଲେ। ସେଠାରେ ୨୦ଜଣ ଡଙ୍ଗରିଆ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ। କାନଶୁରରେ ଥିବା ସରକାରୀ ବାଳିକା ବିଦ୍ୟାଳୟ ଶ୍ରେଣୀ ଗୃହକୁ ପରିଦର୍ଶନ କରି ଛାତ୍ରୀ ମାଙ୍କ ସହ ଆଲୋଚନା କରିଥିଲେ । ଏହି ବିଦ୍ୟାଳୟକୁ ୫ଟି ଅନ୍ତର୍ଗତ ରୂପାନ୍ତରିତ କରିବାକୁ ପ୍ରସ୍ତାବ ରହିଛି ଓ ବିଦ୍ୟାଳୟର ଖେଳ ପାଡ଼ିଆ ପୂର୍ଣ୍ଣନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ । ଏହାପରେ ସୁନାଖଣ୍ଡି ଗ୍ରାମକୁ ଯାଇ ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ଚାରା କେନ୍ଦ୍ର ଓ କୁକୁଡ଼ା ପାଳନ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ। ଗ୍ରାମର ପୁରୁଣା ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନବୀକରଣ ନିମନ୍ତେ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories