କେରଳର ଆରଏସଏସ କାର୍ଯ୍ୟାଳୟ ଉପରକୁ ବୋମାମାଡ଼; ଘଟଣାସ୍ଥଳରେ ପୁଲିସ
ନୂଆଦିଲ୍ଲୀ: କେରଳର ଆରଏସଏସ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ହୋଇଛି । କିଛି ଦୁର୍ବୃତ୍ତ ଆରଏସଏସ କାର୍ଯ୍ୟାଳୟ ଉପରକୁ ବୋମା ମାଡ଼ କରିବା ପରେ ଫେରାର ହୋଇଯାଇଛନ୍ତି । ଫଳରେ ଏହି ବୋମାମାଡ଼ ଯୋଗୁ କାର୍ଯ୍ୟାଳୟର କିଛି ଆସବାବ ପତ୍ର ନଷ୍ଟ ହୋଇଯାଇଛି । ହେଲେ ସବୁଠାରୁ ବଡ଼ କଥା ହେଉଛି ଏହି ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି । ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୁଲିସର କହିବା ଅନୁଯାୟୀ ଆଜି ସକାଳେ ଏହି ବୋମାମାଡ଼ ହୋଇଛି । ବୋମାମାଡ଼ରେ କାର୍ଯ୍ୟାଳୟର କିଛି ଫ୍ୟାନ୍ ଓ ଝରକା ଭାଙ୍ଗିଛି । ହେଲେ ବିଶେଷ କ୍ଷତି ହୋଇନାହିଁ । କୌଣସି ଲୋକ ଏଥିରେ ଆହତ ମଧ୍ୟ ହୋଇନାହାନ୍ତି । ତଦନ୍ତ ପରେ ଆଗକୁ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି । ଏପରି ଏକ ଘଟଣାକୁ ନେଇ ବିଜେପି ମଧ୍ୟ ତାର ପ୍ରତିକ୍ରିୟା ରଖିଛି । ବୋମାମାଡ଼ ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେପି । ବିଜେପି କହିଛି କି ଏପରି ଏକ ଘଟଣା ଦୁର୍ଭାଗ୍ୟଜନକ । ନାଗରିକ ସମାଜରେ ଏହା ଗ୍ରହଣିୟ ନୁହେଁ ।
Comments are closed.