ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ; ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ାର କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ନାଁରେ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା ଜଣାପଡ଼ିଛି । ଦୁଷ୍ମନ୍ତଙ୍କ ପୈତୃକ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି ।

prayash

ନିମାପଡ଼ା, ଭୁବନେଶ୍ୱର, ଢେଙ୍କାନାଳରେ ଥିବା ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ତାହା ସହ ଶ୍ୱଶୁରଘର ଓ ଫାର୍ମ ହାଉସରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଟିକନିଖ୍‌ କରି ଯାଞ୍ଚ କରୁଛି । ଏହି ଚଢ଼ାଉରେ ଭିଜିଲାନ୍ସର ବହୁ ଅଧିକାରୀ ସାମିଲ ହୋଇଛନ୍ତି । ଏଯାଏ କେତେ ପରିମାଣର ସମ୍ପତ୍ତି ଠାବ କରାଗଲାଣି ତାହା ଜଣାପଡ଼ିନାହିଁ ।

kalyan agarbati

Comments are closed.