ଗୋଛାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଫୁଲବାଣୀ: କାନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ନମିତା କହଁର ମୁଖ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଯୁଗାନ୍ତ କହଁର, ସ୍କୁଲ ଶିକ୍ଷା କମିଟି ସଭାପତି ଗୋଲକ କହଁର, ସାଲାଗୁଡା ପଞ୍ଚାୟତର ସରପଞ୍ଚ ରୋହିତ କହଁର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ଅତିଥି ସ୍କୁଲ ଛାତ୍ର ଛାତ୍ରୀ ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମିଳିମିଶି ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରିଥିଲେ। ଅନ୍ୟପଟେ ଏହି ଅବସରରେ ବିଦ୍ୟାଳୟରେ ଏକ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

 

prayash

ଏହି ବୈଠକରେ ପ୍ରାୟ ୧୦୦ ରୁ ଅଧିକ ଅଭିଭାବକ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ର ଉନ୍ନତିକରଣ ଛାତ୍ର ଛାତ୍ରୀ ମାନଙ୍କ ପାଠପଢା ବିଷୟରେ ଆଲୋଚନା ହୋଇ ଥିବା ବେଳେ ବିଦ୍ୟାଳୟ ପରିସରରେ ଏକ ସାଇକେଲ ଷ୍ଟାଣ୍ଡ, ମୁଖ୍ୟ ଫାଟକ ନିର୍ମାଣ ଓ ପୁରୁଣା ଶ୍ରେଣୀ କୋଠରୀମାନଙ୍କ ମରାମତି ନିମନ୍ତେ ବ୍ଲକ ଅଧକ୍ଷା ଙ୍କ ପାଖରେ ବିଦ୍ୟାଳୟର ଶିକ୍ଷକ ଓ ଉପସ୍ଥିତ ଅଭିଭାବକମାନେ ଦାବି କରିଥିଲେ।

kalyan agarbati

Comments are closed.