www.samajalive.in
Saturday, December 13, 2025
26.1 C
Bhubaneswar

ପାମ୍ପଡ଼ ଖାଇବା ଦ୍ବାରା ଦେଖାଦିଏ ଏହିସବୁ ସମସ୍ୟା

ପାମ୍ପଡ଼ ଖାଇବାକୁ ପିଲାଠୁ ବୟସ୍କ ପ୍ରାୟ ସମସ୍ତେ ଭଲପାଆନ୍ତି। ସେଥିପାଇଁ ଭୋଜି ମାନଙ୍କରେ ହେଉ ବା ଘରେ ଖାଇବା ସମୟରେ ହେଉ ଭୋଜନ ସହିତ ପାମ୍ପଡ଼କୁ ସାମିଲ କରାଯାଇଥାଏ। ହେଲେ ଏହା ହୁଏତ ଖୁବ୍‍ କମ୍‍ ଲୋକ ଜାଣନ୍ତି ଯେ, ପାମ୍ପଡକୁ ସ୍ୱାଦିଷ୍ଟ ବନାଇବା ପାଇଁ ସେଥିରେ କେତେକ କୃତ୍ରିମ ସ୍ୱାଦ ଓ ରଙ୍ଗ ମିଶାଯାଇଥାଏ। ଏହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ତେବେ ଚାଲନ୍ତୁ ଜାଣିବା ପାମ୍ପଡ ଖାଇବା ଦ୍ୱାରା କେଉଁ ସବୁ ସମସ୍ୟା ଦେଖାଦେଇଥାଏ –

ମୋଟାପଣ ବୃଦ୍ଧି ପାଏ : ପାମ୍ପଡ଼ ଖାଇଲେ ମୋଟାପଣ ବା ମେଦ ବୃଦ୍ଧି ହୋଇଥାଏ। କାରଣ ଏଥିରେ ଦୁଇଟି ରୁଟିରେ ଥିବା କ୍ୟାଲୋରୀ ଥାଏ ଓ ମୋଟାପଣ ବୃଦ୍ଧି କରୁଥିବା ଆହୁରି କିଛି ଉପାଦାନ ମଧ୍ୟ ରହିଥାଏ। ଯଦି ଆପଣ ନିଜର ଓଜନ କମ୍ ରଖିବାକୁ ଚାହାଁନ୍ତି ,ତେବେ ପାମ୍ପଡ ସେବନରୁ ନିବୃତ୍ତ ରୁହନ୍ତୁ।

- Advertisement -

ହୃଦରୋଗର ଆଶଙ୍କା : ଲୋକେ ପାମ୍ପଡ଼କୁ ତେଲରେ ଛାଣି ଖାଇଥା’ନ୍ତି ଓ ପାମ୍ପଡ଼ ଅଧିକ ତେଲ ଶୋଷିଥାଏ। ତେଣୁ ଏଥିରେ ଅଧିକ ପରିମାଣରେ ତୈଳାଂଶ ରହିଥାଏ। ଫଳସ୍ୱରୂପ ଏହା କୋଲେଷ୍ଟ୍ରଲ ସ୍ତର ବଢ଼ିବାରେ ସହାୟକ ହୋଇଥାଏ ଏବଂ ହୃଦରୋଗର ଆଶଙ୍କା ସୃଷ୍ଟି କରିଥାଏ।

ପେଟ ଖରାପ ହେବାର ଆଶଙ୍କା : ପାମ୍ପଡର ପ୍ରସ୍ତୁତି ପ୍ରଣାଳୀ ଚିନ୍ତାର ବିଷୟ ହୋଇଥାଏ। ଏହାକୁ ଖରାରେ ଖୋଲା ସ୍ଥାନରେ ଶୁଖାଯାଇଥାଏ। ବାୟୁ ପ୍ରଦୂଷଣ ଯୋଗୁଁ ପାମ୍ପଡର ସ୍ଥିତି ଭଲ ରୁହେ ନାହିଁ। ଏହା ସେବନ କଲେ ପେଟ ଖରାପ ହେବାର ଆଶଙ୍କା ବଢ଼ିଥାଏ।

ଏସିଡିଟିର ସମସ୍ୟା : ବଜାରରେ ଉପଲବ୍ଧ ବିଭିନ୍ନ ପାମ୍ପଡରେ ନାନା ପ୍ରକାରର ମସଲା ମିଶାଯାଇଥାଏ। ଏହା ସେବନ କଲେ ଏସିଡିଟିର ସମସ୍ୟା ମଧ୍ୟ ଉପୁଜିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories