www.samajalive.in
Saturday, December 6, 2025
14.1 C
Bhubaneswar

ଯୁବ ଚାଷୀ ଆତ୍ମହତ୍ୟା ଅଭିଯୋଗ

ଯାଜପୁର: ଜଣେ ଯୁବ ଚାଷୀ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଅଭୟପୁର ପଞ୍ଚାୟତର ଦିଗମ୍ବରପୁର ଗ୍ରାମର ଯୁବ ଚାଷୀ ଶିଶିର ଖଟୁଆଙ୍କ ମୃତଦେହ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଋଣ ସୁଝି ନପାରି ଆତ୍ମହତ୍ୟା କରିଥିବା ଜଣାପଡିଛି ।

ମଳିଥିବା ସୂଚନା ଅନୁଯାୟୀ, ଶିଶିର ପ୍ରାୟ ୪ରୁ୫ ଏକର ଜମିରେ ଚାଷ କରିବା ପାଇଁ ହାତ ଉଧାରି ଆଣିଥିଲେ । ହାତ ଉଧାରି ସୁଝି ନ ପାରି ସର୍ବଦା ଶିଶିର ମାନସିକ ଚିନ୍ତାରେ ରହୁଥିଲେ । ଗତକାଲି ରାତିରେ ପରିବାରଲୋକ ଖାଇପିଇ ଶୋଇଲା ପରେ ସେ ଏକ ଆଜବେଷ୍ଟ ଘରେ ଫାଶି ଲାଗାଇ ଆତ୍ମହତ୍ୟା କରିଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକଲା ନିଆଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମାନସିକ ଭାରସ୍ୟମ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories