ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ପାବଲିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଟର ସାଇକେଲ ଓ ଷ୍ଟ୍ରେଚରରେ ବୁହା ହୋଇ ଜଣେ ଗର୍ଭବତୀଙ୍କୁ ମେଡ଼ିକାଲ ନିଆଯାଇଛି। ସୋମବାର ଜଣେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଘର ଲୋକେ ଆମ୍ବୁଲାନ୍ସାକୁ ଡ଼ାକିଥିଲେ। ମାତ୍ର ଗାଁକୁ ରାସ୍ତା ନଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ବାଧ୍ୟ ହୋଇ ପରିବାର ଲୋକେ ଓ ସ୍ୱାସ୍ଥ୍ୟ କର୍ମୀ ଷ୍ଟ୍ରେଚର ଓ ମଟର ସାଇକେଲ ଯୋଗେ ଗର୍ଭବତୀଙ୍କୁ ମେଡ଼ିକାଲ ନେଲେ।
Popular Categories



