www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରକାଶ ପାଇଲା ମାଟ୍ରିକ୍‌ ଫଳାଫଳ; ପାସ୍‌ ହାର ୯୦.୫୫%

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ସେଥିମଧ୍ୟରୁ  ରାଜ୍ୟରେ ମୋଟ୍‌ ୨, ୫୬, ୮୭୭ଜଣ ଛାତ୍ର ମାଟ୍ରିକ୍‌ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ।  ଯାହାକି ସେମାନଙ୍କ ପାସ୍‌ ହାର ୮୮.୭୭ ପ୍ରତିଶତ ରହିଛି । ସେହିପରି ୨, ୬୦, ୯୭୦ଜଣ ଛାତ୍ରୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଆଉ ଛାତ୍ରୀ ମାନଙ୍କ ପାସ୍‌ ହାର ୯୨.୩୭ ପ୍ରତିଶତ ରହିଛି ବୋଲି ସୂଚନା ଦିଆଯାଇଛି ।

ପରୀକ୍ଷାରେ ଫେଲ ହୋଇଛନ୍ତି ୮,୬୯୯ ପିଲା । ଏ-୧-ରେ ୮୧୧୯ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ଏ-୨ରେ ପାସ୍‌ କରିଛନ୍ତି ୫୪,୮୮୯ ପିଲା । ବି-୧ରେ ୧,୨୦,୨୦୩ ଜଣ ପିଲା ପାସ୍‌ କରିଛନ୍ତି । ବି-୨ରେ ୧,୪୨,୨୬୬ଜଣ ପିଲା ପାସ୍‌ କରିଥିବା ବେଳେ ସି ଗ୍ରେଡରେ ୧,୧୬,୧୧୧ଜଣ ପିଲା ପାସ୍‌ କରିଛନ୍ତି । ଡି ଗ୍ରେଡରେ ୫୯,୨୪୫, ଇ ଗ୍ରେଡରେ ୧୪,୬୪୭ ଓ ଏଫ୍‌ ଗ୍ରେଡ଼ରେ ୭,୭୯୦ଜଣ ପିଲା ରହିଛନ୍ତି ।

- Advertisement -

ରାଜ୍ୟର ୧,୧୭୦ଟି ସ୍କୁଲର ସମସ୍ତ ପିଲା ପରୀକ୍ଷାରେ ପାସ୍‌ କରିଥିବା ବେଳେ ସେହିପରି ମୋଟ୍‌ ୩ଟି ସ୍କୁଲର ଫଳାଫଳ ଶୂନ ରହିଛି । ମାଲକାନଗିରି ଜିଲ୍ଲାର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲରେ ରେଜଲ୍ଟ ଶୂନ ଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ମାଲକାନଗିରି ଜିଲ୍ଲାର ଦୁଇଟି ସ୍କୁଲରେ ୨ଟି ପିଲା ଓ ଅନୁଗୁଳ ଜିଲ୍ଲାର ଗୋଟିଏ ସ୍କୁଲର ୨ଟି ପିଲା ପରୀକ୍ଷାରେ ଫେଲ ହୋଇଛନ୍ତି ।  ରାଜ୍ୟରେ ମୋଟ୍‌ ୫ଲକ୍ଷ ୨୬ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ପିଲା ମାନେ ଖାତା ରିଚେକିଂ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଜୁଲାଇ ୧୧ରୁ ୨୫ ଯାଏ ଖାତା ରିଚେକିଂ ପାଇଁ ପିଲାମାନେ ଅନଲାଇନରେ ଆବେଦନ କରିପାରିବେ ବୋଲି କୁହାଯାଇଛି ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories