www.samajalive.in
Monday, December 15, 2025
14.1 C
Bhubaneswar

ପିପିଲି ବ୍ଲକ ପରିଦର୍ଶନରେ ପଞ୍ଚାୟତିରାଜ ମନ୍ତ୍ରୀ

ପିପିଲି : ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଗୁରୁବାର ପିପିଲି ବ୍ଲକ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିସହ ପିପିଲି ବ୍ଲକ ପରିସରରେ ଥିବା ‘ମିଶନ ଶକ୍ତି କାଫେ’ରେ ସେ ଭୋଜନ କରିଥିଲେ। ସେଠାରେ ଖାଦ୍ୟର ପ୍ରସ୍ତୁତି, ମାନ ଓ ଗୁଣବତ୍ତା ସଂପର୍କରେ ସେ ଅନୁଧ୍ୟାନ କରିବା ସହ ‘କାଫେ’କୁ ଉଚ୍ଚ ପ୍ରଶଂସା କରିଥିଲେ।

- Advertisement -

ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଅମାତ ଗୁରୁବାର ଅପରାହ୍ନରେ ପିପିଲିରେ ପହଞ୍ଚିବା ପରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଓ ବିଡିଓ ରଶ୍ମିତା ନାଥଙ୍କ ସହ ରାଜ୍ୟ ସରକାରଙ୍କ ୫ଟି ତତ୍ତ୍ୱାବଧାନରେ ରୂପାନ୍ତରିତ ହୋଇଥିବା ଜବାହର ବିଦ୍ୟାପୀଠକୁ ପରିଦର୍ଶନ କରିଥିଲେ । ସେଠାକାର ସ୍ମାର୍ଟ କ୍ଲାସରୁମ, ଅତ୍ୟାଧୁନିକ ବିଜ୍ଞାନାଗାର, ଲାଇବ୍ରେରୀ, ଖେଳପଡିଆ ଆଦିକୁ ମନ୍ତ୍ରୀ ବୁଲି ଦେଖିବା ସହ ଖୁସି ବ୍ୟକ୍ତ କରିଥିଲେ। ପରେ ପିପିଲି ବ୍ଲକ ସମ୍ମିଳନୀ କକ୍ଷରେ ସେ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ସମୀକ୍ଷା କରିଥିଲେ । ପିପିଲି ବ୍ଳକରେ କାର୍ଯ୍ୟକାରୀ ହୋଇଥିବା ଓ ନିମାଣଧିନ ବିଭିନ୍ନ ସରକାରୀ ପ୍ରକଳ୍ପ ଓ ଯୋଜନା ସଂପର୍କିତ ପ୍ରସ୍ତୁତ ଏକ ଛୋଟ ଭିଡିଓ ମାଧ୍ୟମରେ ବିଡିଓ ଶ୍ରୀମତୀ ନାଥ ମନ୍ତ୍ରୀଙ୍କୁ ବିଶଦ ସୂଚନା ଦେଇଥିଲେ। ଏହି ଅବସରରେ ବିଭିନ୍ନ ଏସ୍‍ଏଚ୍‍ଜି ପକ୍ଷରୁ ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀକୁ ମହିଳାମାନେ ମନ୍ତ୍ରୀଙ୍କୁ ଉପହାର ଦେଇଥିଲେ। ଉନ୍ନୟନମୂଳକ କାର୍ଯ୍ୟରେ ପିପିଲି ବ୍ଳକ ଆଗେଇ ଚାଲିଥିବା ବେଳେ ବ୍ଲକର ଉନ୍ନତି ପାଇଁ ବିଧାୟକ ଯେତେବେଳେ ଯାହା ଚାହିଁବେ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି ମନ୍ତ୍ରୀ ଶ୍ରୀ ଅମାତ ଏହି ଅବସରରେ ପ୍ରକାଶ କରିଥିଲେ। ଏହା ପରେ ପିପିଲି ବ୍ଲକ ପରିସରରେ ଥିବା ‘ମିଶନ ଶକ୍ତି କାଫେ’ରେ ଚକୁଳି ପିଠା, ମଟର ଘୁଘୁନି, ବୁଟ ଚଟଣୀ, ଛେନାଝିଲି, ପକୁଡି ଖାଇ ସେଠାକାର ଖାଦ୍ୟର ପ୍ରସ୍ତୁତି, ମାନ ଓ ଗୁଣବତ୍ତାକୁ ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ଏହାପରେ ଦୁର୍ଗାଦାଶପୁର ପଞ୍ଚାୟତର ଠଣଠଣା ଠାରେ ଥିବା ଗ୍ରାମୀଣ ଉଦ୍ୟାନକୁ ସେ ବୁଲି ଦେଖିଥିଲେ। ପରେ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ନୂଆଗୋଡି ସ୍ଥିତ ନିର୍ମାଣଧିନ ଅମ୍ରିତ ସରୋବର ପ୍ରକଳ୍ପକୁ ସେ ବୁଲି ଦେଖିବା ସହ ସେଠାରେ ବୃକ୍ଷରୋପଣ କରିଥିଲେ। ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଧାୟକ ଶ୍ରୀମହାରଥୀ, ବିଡିଓ ଶ୍ରୀମତୀ ନାଥ, ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ସାଂସଦ ପ୍ରତିନିଧି ନାରାୟଣ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ସୁଶ୍ରୀ ସଙ୍ଗୀତା ବେହେରା, ମନ୍ତ୍ରୀଙ୍କ ସଚିବ ପ୍ରଦୀପ ରାଉତ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, କିଶୋର ଛୋଟରାୟଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories