www.samajalive.in
Monday, December 15, 2025
14.1 C
Bhubaneswar

ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨, ଉଦଘାଟନ କଲେ ବଲିଉଡ଼୍ ଅଭିନେତ୍ରୀ ମୁଗ୍ଧା ଗଡ଼ସେ

ଭୁବନେଶ୍ୱର : ଗୁରୁବାରଠାରୁ ଆରମ୍ଭ ହୋଇଛି ମହିଳା କାର୍ଣ୍ଣିଭାଲ ୨୦୨୨। ଇଣ୍ଡଲଜ୍ ବ୍ରାଇଡ଼ାଲ୍ ମଲରେ ଆରମ୍ଭ ହୋଇଥିବା ଏହି ମହିଳା କାର୍ଣ୍ଣିଭାଲ ୩ ଦିନ ପର୍ଯ୍ୟନ୍ତ ଚାଲିବ। ବଲିଉଡ ଅଭିନେତ୍ରୀ ମୁଗ୍ଧା ଗଡ଼ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା କାର୍ଣ୍ଣିଭାଲ ୨୦୨୨କୁ ଉଦଘାଟନ କରିଛନ୍ତି। ଏହି କାର୍ଣ୍ଣିଭାଲରେ ମାନସୀ ଡ଼ିଜାଇନ୍ ଷ୍ଟୁଡ଼ିଓ ସହିତ ଇଣ୍ଡଲଜ୍ ବ୍ରାଇଡ଼ାଲ ପୋଷାକ, ଶାଢୀ, ଲେହେଙ୍ଗା, ଏଥନିକ, ପାର୍ଟିୱେୟାର ଓ ୱିଣ୍ଡୋୱେୟାର ପୋଷାକ ଉପଲବ୍ଧ ରହିବ। ବଲିଉଡ଼୍ ଅଭିନେତ୍ରୀ ଗଡ଼ସେ କପଡ଼ାର ଗୁଣବତ୍ତା ଏବଂ ସେମାନଙ୍କ ଉପରେ କରାଯାଇଥିବା ବ୍ୟାପକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ମୁମ୍ବାଇରେ ଏଭଳି ଏକ ମଲ୍ ଖୋଲିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ଆଇଏନଡ଼ବ୍ଲ୍ୟୁଇସି ଏବଂ ଇଣ୍ଡଲଜ୍ ମଲ୍ ସହଭାଗିତାରେ କେଶ ଓ ଚର୍ମ ଉପରେ ଏକ ଅଧିବେଶନ ଆୟୋଜନ କରାଯାଇଥିଲା। ଏଥିରେ ମହିଳା ଉଦ୍ୟୋଗୀ ପରିଷଦର ଆବାହକ ତଥା ଇଣ୍ଡଲଜର ପ୍ରତିଷ୍ଠାତା ସୁକିର୍ତ୍ତୀ ପଟ୍ଟନାୟକ ଏବଂ ସହ ଆବାହକ ତନୟା ପଟ୍ଟନାୟକ ଯୋଗଦେଇ ନିଧି ଅଗ୍ରୱାଲଙ୍କ ଏହି ପ୍ରୟାସକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ମହିଳା କାର୍ଣ୍ଣିଭାଲ ଅବସରରେ ବ୍ରାଇଡ଼ାଲ୍ ମଲର ସମସ୍ତ ସାଲୁନ୍ ସେବାରେ ୨୫%, ପ୍ରଫେସନାଲ ଚର୍ମ ଓ କେଶ କେୟାର ଉପରେ ୫% ଏବଂ ଅଳଙ୍କାର ଏବଂ ପୋଷାକ ଉପରେ ୧୦%ର ରିହାତି ରହିଛି। ସେହିପରି ଏହି କାର୍ଣ୍ଣିଭାଲରେ ଜ୍ୟୋତିଷ ଶାସ୍ତ୍ର, ନେଲ୍ ଆର୍ଟ, ମେହେନ୍ଦୀ ସହ ସ୍ନାକ୍ସ ଏବଂ ମଜ୍ଜା କ୍ରୀଡ଼ା ରହିଛି। ଏହି ଅବସରରେ ଦକ୍ଷିଣ କୋରିଆର ଏକ ଆଟୋମି ଉତ୍ପାଦ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଇଣ୍ଡଲଜ୍ ବ୍ରାଇଡ଼ାଲ ମଲର ଅନ୍ୟତମ ନିର୍ଦ୍ଦେଶିକା ଅମିତା, ପ୍ରିୟା ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories