www.samajalive.in
Saturday, December 13, 2025
14.1 C
Bhubaneswar

ରବିବାରରୁ ପୁର୍ନବାର ବସିବ କମଳିବଜାର ସାପ୍ତାହିକ ହାଟ

ସମ୍ବଲପୁର: ସମ୍ବଲପୁର ଜିଲା ଉଠା ଦୋକାନୀ ସଂଘ ପକ୍ଷରୁ ପ୍ରଥମେ ଥଇଥାନ ପରେ କମଳି ବଜାର ଉଚ୍ଛେଦ କରାଯିବାକୁ ନେଇ ବାରମ୍ବାର ଆନ୍ଦୋଳନ ଜାରି ରଖାଯାଇଛି। ଏଣୁ ଆଜି ଉଠା ଦୋକାନୀ ସଂଘର ସଭାପତି ସତିଶ ବିଶିଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ମହାନଗର ନିଗମ ଘେରାଉ କରାଯାଇଥିଲା। ଏଣୁ ସମସ୍ୟାର ସମାଧାନ ପାଇଁ ସଂଘ ସହିତ ନିଗମ କାର୍ଯ୍ୟାଳୟରେ ଅଧିକାରୀ ମାନଙ୍କ ସହିତ ଆଲୋଚନା ହୋଇଛି। ଆଲୋଚନା ସମୟରେ ସମ୍ବଲପୁର ସହର ମଧ୍ୟରେ ପ୍ରାୟ ୩୦୦ ବର୍ଷ ପୁରୁଣା ତଥା ଐତିହାସିକ ମହତ୍ୱ ବହନ କରୁଥିବା କମଳିବଜାର ସାପ୍ତାହିକ ହାଟରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଦୈନନ୍ଦିନରେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର ସାମଗ୍ରୀ ଏଠାରେ ସୁଲଭ ଦରରେ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଉପଲବ୍ଧ ଅଟେ। କିନ୍ତୁ ଐତିହାସିକ ମହତ୍ୱ ବହନ କରୁଥିବା ସ୍ଥାନ ଗୁଡିକର ସଂରକ୍ଷଣ ପରିବର୍ତ୍ତେ ସମଲେଇ ଯୋଜନାରେ ଏହି ସର୍ବପୁରାତନ ହାଟକୁ ଉଠାଯିବା ଦୁର୍ଭାଗ୍ୟଜନକ ଅଟେ ବୋଲି ସଂଘ ପକ୍ଷରୁ ଯୁକ୍ତି କରାଯାଇଥିଲା। ଏଣୁ ଏହି ପୁରାତନ ହାଟକୁ ସମଲେଇ ଯୋଜନାରେ ସାମିଲ କରାଯିବା ସହିତ ଉଠା ଦୋକାନୀ ମାନଙ୍କୁ ଉପଯୁକ୍ତ ଥଇଥାନ କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଥିଲା। ବିସ୍ତୃତ ଆଲୋଚନା ପରେ ପ୍ରଶାସନ ପକ୍ଷରୁ ଆସନ୍ତା ରବିବାର ଠାରୁ ଏହି ସାପ୍ତାହିକ ହାଟ ପୁର୍ନବାର ବସିବ ବୋଲି ପ୍ରତିଶୃତି ଦିଆଯାଇଛି।

ଏ ସର୍ମ୍ପକରେ ମହାନଗର ନିମଗର ଉପ କମିଶନର ବିନୋଦ ବିହାରୀ ପଣ୍ଡା କହିଛନ୍ତି ଯେ, ସମଲେଇ ଯୋଜନାରେ ସାପ୍ତାହିକ କମଳିବଜାର ହାଟକୁ ଆମେ ପୂର୍ବରୁ ଏହି ପ୍ରକଳ୍ପରେ ସାମିଲ କରିଥିଲୁ। ଏଣୁ ହାଟରେ ବସୁଥିବା ଉଠା ଦୋକାନୀ ମାନଙ୍କୁ ପ୍ରକଳ୍ପ ସ୍ଥାନରୁ ବାହାର ଅଞ୍ଚଳରେ ଏକ ଅସ୍ଥାୟୀ ସ୍ଥାନ ଦିଆଯାଇଛି। କିନ୍ତୁ ଉଠା ଦୋକାନୀ ମାନେ ଉକ୍ତ ସ୍ଥାନରେ ହାଟ ବସାଇବା ପାଇଁ ଅମଙ୍ଗ ହୋଇଥିବାରୁ ଆଜି ସେହି ବିଷୟକୁ ନେଇ ଆଲୋଚନା ହୋଇଥିଲା। ତେବେ ହାଟ ବସୁଥିବା ସ୍ଥାନରେ ପ୍ରକଳ୍ପ କାର୍ଯ୍ୟାରମ୍ଭ ହୋଇ ସାରିଥିବାରୁ କମଳିବଜାର ଓ ବାଲିବନ୍ଧା ମଧ୍ୟରେ ଯେଉଁ ସ୍ଥାନରେ ହାଟ ବସୁଥିଲା ନିକଟବର୍ତ୍ତୀ ଅଞ୍ଚଳକୁ ସମତଳ ଏବଂ ରାସ୍ତା କଡରେ ହାଟକୁ ପୁର୍ନବାର ବସାଇବାର ବ୍ୟବସ୍ଥା କରାଯାଉଛି ଏବଂ ଆସନ୍ତା ରବିବାର ଠାରୁ ଏହି ହାଟ ପୁର୍ନବାର ଚାଲୁ ହେବ। ପ୍ରକଳ୍ପ ସମ୍ପୁର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବା ପରେ ସେହି ସମୟରେ ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ। ଉଠା ଦୋକାନୀ ମାନଙ୍କର ସୂଚୀ କରାଯାଇଛି ଏବଂ ଭେଣ୍ଡିଂ ଜୋନ କାର୍ଯ୍ୟକାରୀ କରାଯିବା ସମୟରେ ସମସ୍ତଙ୍କୁ ନିଶ୍ଚିତ ଥଇଥାନ କରାଯିବ ବୋଲି ଉପ କମିଶନର ପଣ୍ଡା କହିଛନ୍ତି।

- Advertisement -

ଏ ବାବଦରେ ଉଠା ଦୋକାନୀ ସଂଘର ସଭାପତି ସତିଶ ବିଶି କହିଛନ୍ତି ଯେ, କମଳିବଜାର ସାପ୍ତାହିକ ହାଟ ୩୦୦ ବର୍ଷରୁ ଉର୍ଦ୍ଧ ପୁରଣା ଐତିହ୍ୟ ହାଟ ଅଟେ। ସେମାନଙ୍କୁ ବିନା ଥଇଥାନରେ ଉଚ୍ଛେଦ କରାଯାଉଥିବାରୁ ସଂଘ ତରଫରୁ ଆଜି ନିଗମ କାର୍ଯ୍ୟାଳୟକୁ ଆସିଥିଲୁ। ସମଲେଇ ଯୋଜନାରେ ଏହି ସାପ୍ତାହିକ ହାଟକୁ ସାମିଲ କରାଯାଉ ଏବଂ ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମୟରେ ଯେତେ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରାଯାଉ ନାହିଁ, ସେତିକି ଦିନ ପର୍ଯ୍ୟନ୍ତ ସେମାନେ ବସୁଥିବା ସ୍ଥାନରେ ବସିବା ପାଇଁ ଅନୁମତି ଦିଆଯାଉ। ରାଜସ୍ୱ କମିଶନର ଙ୍କ କାର୍ଯ୍ୟାଳୟରେ ପ୍ରୋସିଡିଂ କରାଯାଇଛି ଯେ, କମଳି ବଜାରକୁ ସମେଲଇ ଯୋଜନାରେ ସାମିଲ କରିବା ପାଇଂ ପ୍ରୋସିଡିଂ ମଧ୍ୟ କରାଯାଇଛି ବୋଲି ଉପ କମିଶନର ବୈଠକରେ ସୂଚନା ଦେଇଛନ୍ତି। ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ। ତେବେ ଯୋଜନା ପାଇଁ ବହୁ ସମୟ ଲାଗୁଥିବାରୁ ଉଠା ଦୋକାନୀ ମାନଙ୍କର ପେଟପାଟଣା ଓ ପରିବାର ଭରଣପୋଷଣର ସୁବ୍ୟବସ୍ଥା ପାଇଁ ସରକାର ଓ ପ୍ରଶାସନ ପ୍ରକଳ୍ପରେ ପ୍ରାଥମିକତା ଦେଇ ଥଇଥାନର ବ୍ୟବସ୍ଥା କରିବାକୁ ଆମେ ବୈଠକରେ ଅନୁରୋଧ କରିଛୁ ବୋଲି ସଂଘର ସଭାପତି ସତିଶ ବିଶି କହିଛନ୍ତି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱପ୍ନର ପ୍ରକଳ୍ପ ‘ସମଲେଇ ଯୋଜନା’ ର ରୂପରେଖ ଉପରେ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ଖୁଲାସା କରାଯାଉ ନ ଥିବାରୁ ଏହାକୁ ନେଇ ଅନେକ ସମୟରେ ବିବାଦୀୟ ସ୍ଥିତ ଉତ୍ପନ୍ନ ହେଉଛି। ମାଁ ସମଲେଶ୍ୱରୀ ଙ୍କ ମନ୍ଦିର ତଥା ଆଖପାଖ ଅଞ୍ଚଳର ପୁର୍ନଉଦ୍ଧାର କରାଯାଇ ଏହାକୁ ଏକ ପର୍ଯ୍ୟଟନ ହବ ରୁପେ ଗଢ଼ିତୋଳିବା ପାଇଁ ସମଲେଇ ଯୋଜନା ହାତକୁ ରାଜ୍ୟ ସରକାର ନେଇଛନ୍ତି। ତେବେ ଏହାର ରୂପରେଖ ଆଜି ପର୍ଯ୍ୟନ୍ତ ଜନତାଙ୍କ ସମ୍ମୁଖରେ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବାରୁ ଏହା ଦିନକୁ ଦିନ ବିବାଦୀୟ ହୋଇ ପଡୁଛି। ସମଲେଇ ଯୋଜନା ଯୋଗୁଁ ପ୍ରାୟ ୩୦୦ ବର୍ଷରୁ ଉର୍ଦ୍ଧ ସମ୍ବଲପୁରର ସାପ୍ତାହିକ ‘କମଳିବଜାର ହାଟ’ କୁ ଗତ ରବିବାର (ଜୁନ ୨୬ ତାରିଖ) ବନ୍ଦ କରାଯାଇଛି। ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ବିନା କୌଣସି ସୂଚନା କିମ୍ବା ବିକଳ୍ପ ସ୍ଥାନ ବ୍ୟବସାୟୀ ମାନଙ୍କୁ ନ ଦିଆଯାଇ ଏହି ଐତିହାସିକ ହାଟକୁ ଅଚାନକ ଗତ ରବିବାର ବନ୍ଦ କରିଦିଆଯିବାରୁ ପ୍ରବଳ ବିରୋଧ ପ୍ରଦର୍ଶନ ସମେତ ରାସ୍ତାରୋକ ମଧ୍ୟ ହୋଇଥିଲା। ତେବେ ପୁର୍ନବାର ଏହି ସାପ୍ତାହିକ ହାଟକୁ ଆସନ୍ତା ରବିବାର ଠାରୁ ଚାଲୁ କରିବାକୁ ପ୍ରଶାସନ ଓ ଉଠା ଦୋକାନୀ ସଂଘ ମଧ୍ୟରେ ଆଲୋଚନା ବୁଧବାର ହୋଇଛି।

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories