www.samajalive.in
Sunday, December 7, 2025
26.1 C
Bhubaneswar

କାନ୍‍ଭାସରେ ବିଶ୍ୱକପ୍; ପ୍ରଦର୍ଶିତ ହେବ ୧୦୦ ଚିତ୍ରକଳା

ଭୁବନେଶ୍ୱର : କାନଭାସରେ ବିଶ୍ୱକପ ହକି। ଷ୍ଟିକ୍‍ ସହିତ ଖେଳାଳି ଓ ଟର୍ଫ। ହକି ବିଶ୍ୱକପ ଆଉ ମାତ୍ର ୫୧ ଦିନ ରହିଥିବାବେଳେ ପ୍ରତିଯୋଗିତାକୁ ଅଧିକ ଆକର୍ଷଣୀୟ ଓ ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ପାନ୍ଥନିବାସଠାରେ ଆୟୋଜିତ ହୋଇଥିଲା ହକି ବିଶ୍ୱକପ ଜାତୀୟ ସ୍ତରୀୟ ଚିତ୍ରକଳା ଶିବିର। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହାୟତାରେ ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଓ ଓଡ଼ିଶା ଖଣି ନିଗମ ଆନୁକୂଲ୍ୟରେ ଆୟୋଜିତ ଚିତ୍ରକଳା ଶିବିରରେ ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପର ପ୍ରତିଛବିକୁ କଳାକାରମାନେ ରଙ୍ଗ ଓ ତୂଳୀର ମୁନରେ ଉପସ୍ଥାପନା କରିଛନ୍ତି। ଚିତ୍ରଶିଳ୍ପୀମାନେ ପଡିଆରେ ଖେଳାଳି ହକି ଷ୍ଟିକ୍‍ ଧରି ଖେଳିବା, ପ୍ରତିପକ୍ଷଙ୍କ ଆକ୍ରମଣକୁ କିଭଳି ମୁକାବିଲା କରିବା, ଗୋଲ ସ୍କୋର କରିବା ଓ ଦଳ ବିଜୟୀ ହେବା ପରେ ପାଳନ କରୁଥିବା ଉତ୍ସବକୁ ରଙ୍ଗ ତୂଳୀରେ ସ୍ଥାନ ଦେଇଛନ୍ତି।
ଏହାଛଡ଼ା ବିଶ୍ୱକପ ଲାଗି କଳିଙ୍ଗ ଷ୍ଟାଡ଼ିୟମରେ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ହକି ଷ୍ଟାଡ଼ିୟମ, ଟର୍ଫ, ଗ୍ୟାଲେରୀକୁ କାନ୍‍ଭାସରେ ସ୍ଥାନ ଦିଆଯାଇଛି। ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଠାରୁ ଆରମ୍ଭ କରି ଭାରତୀୟ ହକିର ମହାନ କିମ୍ପଦନ୍ତୀ ଖେଳାଳିଙ୍କ ପ୍ରତିଛବିକୁ ଚିତ୍ରଶିଳ୍ପୀମାନେ ସ୍ଥାନ ପାଇଛନ୍ତି। ସେହିପରି ୧୯୭୫ ରେ ବିଶ୍ୱକପ ହକି ଚମ୍ପିଆନ ହୋଇଥିବା ଭାରତୀୟ ଦଳର ବିଜୟ ଉତ୍ସବକୁ ମଧ୍ୟ ଚିତ୍ରଶିଳ୍ପୀମାନେ ରଙ୍ଗତୁଳୀରେ ସ୍ଥାନ ଦେଇଛନ୍ତି। ସେହିପରି ମାସ୍କଟ ଓଲି ସମେତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଆୟୋଜକ ଭାରତ ସମେତ ପାକିସ୍ତାନ, ଅଷ୍ଟ୍ରେଲିଆ, ଜର୍ମାନୀ, ନେଦରଲାଣ୍ଡ, ସ୍ପେନ, ଦକ୍ଷିଣଆଫ୍ରିକା, ଆର୍ଜେଣ୍ଟିନା, ବେଲଜିୟମ,​ ନ୍ୟୁଜିଲାଣ୍ଡ, କାନାଡ଼ା, ଫ୍ରାନ୍ସ, ଆୟରଲାଣ୍ଡ, ମାଲେସିଆ, ଇଂଲଣ୍ଡ ଓ ଚୀନ୍‍ ଦଳର ଜାତୀୟ ପତାକା ଓ ଲୋଗୋ ମଧ୍ୟ କାନ୍‍ଭାସରେ ସ୍ଥାନ ଦିଆଯାଇଛି। ଶିବିରରେ ୨୫ରୁ ଊର୍ଦ୍ଧ୍ବ କଳାକାର ହକି ଖେଳକୁ କାନ୍‍ଭାସରେ ସ୍ଥାନ ଦେଇଛନ୍ତି। ଶିବିରରେ ଚିତ୍ରଶିଳ୍ପୀ ଆଶୁତୋଷ ପାତ୍ର, ବିକ୍ରମ ରାଉତରାୟ, ବୀରେନ୍ଦ୍ର ପାଣି, ଆଦିତ୍ୟ ସିକ୍ରେ, ଚକ୍ରଧର ବେହେରା, ଜନ ଡୋଗଲସ, ଗଜେନ୍ଦ୍ର କୁମାର ପାଢୀ, ଦିବ୍ୟସିଂହ ସ୍ୱାଇଁ ପ୍ରମୁଖଙ୍କ ସମେତ ୨୫ଜଣ ରାଜ୍ୟ ଓ ଜାତୀୟ ଚିତ୍ରଶିଳ୍ପୀ ଭାଗ ନେଇଥିଲେ। ଅଂଶଗ୍ରହଣ କରିଥିବା ଚିତ୍ରଶିଳ୍ପୀମାନଙ୍କୁ ଆୟୋଜକଙ୍କ ପକ୍ଷରୁ ଆର୍ଥିକ ପୁରସ୍କାର ସହ ସମ୍ମାନିତ କରାଯାଇଥିଲା। କାନ୍‍ଭାସରେ ସ୍ଥାନ ପାଇଥିବା ହକି ବିଶ୍ୱକପର ପ୍ରତିଟି ଚିତ୍ର ନଭେମ୍ବର ୨୮ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ସମୟରେ ପ୍ରଦର୍ଶିତ କରାଯିବ। ଏହାଛଡ଼ା ଚଳିତ ଅକ୍ଟୋବର ୧୦ରେ ହକି ଷ୍ଟାଡ଼ିୟମ ଉଦ୍‍ଘାଟିତ ହେବ। ଏଥିରେ ମଧ୍ୟ କାନ୍‍ଭାସର ଏହି ହକି ବିଶ୍ୱକପକୁ ପ୍ରଦର୍ଶିିତ କରାଯିବ ବୋଲି କ୍ରୀଡ଼ା ଓ ଯୁବ ସେବା ବିଭାଗ ନିର୍ଦେଶକ ଆର. ବିନୀଳ କୃଷ୍ଣ ସୂଚନା ଦେଇଛନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories