www.samajalive.in
Sunday, December 14, 2025
16.1 C
Bhubaneswar

ମାଲକାନଗିରି ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ଆଲୋଚନାଚକ୍ର

ମାଲକାନଗିରି : ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ମାଲକାନଗିରି ମହାବିଦ୍ୟାଳୟର ଶିକ୍ଷା ବିଭାଗ ସମ୍ମାନରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାଚକ୍ରରେ ବିଭାଗର ମୁଖ୍ୟ ଗୌତମ ନାୟକ ସଭାପତିତ୍ୱ କରିଥିବାବେଳେ, ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମାଥିଲିସ୍ଥିତ ଗୋପବନ୍ଧୁ ମହାବିଦ୍ୟାଳୟ ଶିକ୍ଷା ବିଭାଗର ଅଧ୍ୟାପକ ରତ୍ନାକର ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ। ଏହି ଆଲୋଚନାଚକ୍ରରେ ‘ଶିକ୍ଷା ସମାଜିକ ପରିବର୍ତ୍ତନ’ ଆଲୋଚନାର ବିଷୟବସ୍ତୁ ରହିଥିଲା। ଶିକ୍ଷା ସମାଜର ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ ବୋଲି ମୁଖ୍ୟ ବକ୍ତା ରତ୍ନାକାର ସାହୁ କହିଥିଲେ। କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ସମାଜରେ ଶିକ୍ଷାର ଆବଶ୍ୟକତାକୁ ନେଇ ବକ୍ତବ୍ୟ ଦେଇଥିଲେ। ସେହିପରି ଶିକ୍ଷା ବିଭାଗର ଅଧ୍ୟାପିକା ଶିତାଶୁଂ ମାଳିନୀ ପରିଡା ସଭାକୁ ପରିଚାଳନା କରିବା ସହ ବିଭାଗର କାର୍ଯ୍ୟସୂଚୀ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ରବିନ୍ଦ୍ର ପ୍ରସାଦ ସାହୁ, ଉମେଶ ଚନ୍ଦ୍ର ରାଉତ, ଅରୁଣ କୁମାର ପାଣ୍ଡା, ପ୍ରମିୟ ମହାନ୍ତି ଆଦି ଯୋଗ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories