www.samajalive.in
Saturday, December 13, 2025
18.1 C
Bhubaneswar

କୋର୍ଟମିତ୍ରଙ୍କୁ ରିପୋର୍ଟ ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଧାଡ଼ିଦର୍ଶନକୁ ବିରୋଧ କରି ପୋଡାଜଳା ଏବଂ ଭଙ୍ଗାରୁଜା ସମ୍ପର୍କରେ କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମଙ୍କୁ ଶନିବାର ରିପୋର୍ଟ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ବାଇଶିପାହାଚ ଓ ସିଂହଦ୍ୱାର ବ୍ୟାରିକେଡ ଭାଙ୍ଗିଥିବା ସେବକ ତଥା ଅଣସେବକଙ୍କ ଭିଡ଼ିଓ ଫୁଟେଜ୍‍ ପଠାଯାଇଛି। କେତେକ ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ମନ୍ଦିର କାର୍ଯ୍ୟାଳୟରେ ପଶି ଲକ୍ଷାଧିକ ଟଙ୍କାର ଅଫିସ ଉପକରଣ ଭଙ୍ଗାରୁଜା କରିବା ସହ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ମିଳିଥିବା ଚାଉଳ ଲୁଟି ନେଇଥିବା ରିପୋର୍ଟରେ କୁହାଯାଇଛି। ଏସବୁ ସତ୍ତ୍ବେ ଧାଡିଦର୍ଶନ ଅବ୍ୟାହତ ରହିଥିବା ଏବଂ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ସ୍ଥାନୀୟ ଅଧିବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କୋର୍ଟମିତ୍ରଙ୍କୁ ଜଣାଇଛନ୍ତି। ଶ୍ରୀମନ୍ଦିର ସଂସ୍କାର ବ୍ୟବସ୍ଥାରେ ବାଧା ସୃଷ୍ଟିପାଇଁ କେତେକ ଗୋଷ୍ଠୀ ଯୋଜନାବଦ୍ଧ ଭାବେ ଉଦ୍ୟମ ଚଳାଇଥିବା ସେଥିରେ କୁହାଯାଇଛି। ସିଂହଦ୍ୱାର ସୂଚନା କେନ୍ଦ୍ର ଓ ପ୍ରଶାସନିକ କାର୍ଯ୍ୟାଳୟ ଭଙ୍ଗାରୁଜା ଫଟୋ ଆମିକସ୍‍ କ୍ୟୁରିଙ୍କୁ ଦିଆଯାଇଛି। ହିଂସାକାଣ୍ଡରେ ସେବକ ଓ ଅଣସେବକ ସଂପୃକ୍ତ ଥିବା କୁହାଯାଇଛି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories