ରାଜକୋଟ : ଘରୋଇମାଟିରେ ୨ୟ ସଫଳତମ ଟେଷ୍ଟ ଅଧିନାୟକ ହୋଇ ପାରିଛନ୍ତି ବିରାଟ କୋହଲି। ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଇନିଂସ ବିଜୟ ହାସଲ କରିଥିବା ବେଳେ ଘରୋଇମାଟିରେ ଅଧିନାୟକ ଭାବେ କୋହଲିଙ୍କ ଅଧୀନରେ ଏହା ଭାରତର ୧୪ଶ ଟେଷ୍ଟ ବିଜୟ। ଫଳରେ ମହମ୍ମଦ ଆଝାରୁଦ୍ଦିନଙ୍କ ୧୩ଟି ଟେଷ୍ଟ ବିଜୟ କୃତିତ୍ୱକୁ କୋହଲି ଅତିକ୍ରମ କରି ପାରିଛନ୍ତି। ଘରୋଇମାଟିରେ ସଫଳତମ ଭାରତୀୟ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ତାଙ୍କ ଅଧୀନରେ ଭାରତ ନିଜମାଟିରେ ୨୧ଟି ଟେଷ୍ଟମ୍ୟାଚ୍ ଜିତିଛି।
Popular Categories



