www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ ଗ୍ୟାସର ରିଫିଲ୍‌ ସେଣ୍ଟରକୁ ବିରୋଧ; ୨୪ ଅଟକ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଛକ ପାଖରେ ଭାରତ ଗ୍ୟାସ୍‌ କମ୍ପାନୀର ଏକ ରିଫିଲ୍‌ ସେଣ୍ଟର୍‌ ସ୍ଥାପନ ପାଇଁ ଚାଲିଥିବା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଛନ୍ତି ।  ପୂର୍ବରୁ ମଧ୍ୟ ଅଞ୍ଚଳର ଜନସାଧାରଣ ଲାରିପାଲି ଛକରେ ଗ୍ୟାସ୍‌ ରିଫିଲ୍‌ ସେଣ୍ଟର ନକରିବାକୁ  ଜିଲ୍ଲପାଳଙ୍କୁ ଭେଟି ଜନସାଧାରଣଙ୍କ ସ୍ୱାକ୍ଷରିତ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଜନସାଧାରଣଙ୍କ ବିରୋଧ ସତ୍ବେ ଲାରିପାଲି ଛକରେ ଗ୍ୟାସ୍‌ ରିଫିଲ୍‌ ସେଣ୍ଟର୍‌ ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ ହେଉଥିବା ଦେଖି ଅଞ୍ଚଳର ଲୋକେ କାର୍ଯ୍ୟ ସ୍ଥଳକୁ ପହଞ୍ଚି ବିରୋଧ କରିଥିଲେ । ଖବର ପାଇ ରେଙ୍ଗାଲିର ଅତିରିକ୍ତ ତହସିଲଦାର ନେପାଳଚନ୍ଦ୍ର ମୁଣ୍ଡା, ରେଙ୍ଗାଲି ଆଇଆସି  ଧବଳେଶ୍ୱର ସାହୁ, ଶାସନ ଆଇଆଇସି ଲୋକନାଥ ସାହୁ ସଦଳ ବଳେ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରି ଅସନ୍ତୁଷ୍ଟ ଜନସାଧାରଣଙ୍କୁ ବୁଝାସୁଝା କରିଥିଲେ । ତେବେ ରିଫଲ୍‌ ସେଣ୍ଟର ହଟାଇବା ଦାବିରେ ବିରୋଧକାରୀ ଅଟଳ ରହିବାରୁ ଏଥିରେ ନେତୃତ୍ୱ ନେଇଥିବା ୨୪ ଜଣଙ୍କୁ ଥାନାରେ ଅଟକ ରଖାଯାଇ ବିବାଦର ସମାଧନ ଉଦ୍ୟମ ଜାରି ରହିଥିବାର ଜଣାପଡିଛି ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories