www.samajalive.in
Saturday, December 13, 2025
14.1 C
Bhubaneswar

ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷିରେ ଥିବା ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ ହୋଇଥିବା ଜଣାପଡିଛି। ଆଗକୁ ଛାତ୍ରସଂସଦ ନିର୍ବାଚନ ହେବାକୁଥିବାବେଳେ ଏନେଇ ଏହି ବୋମା ମାଡ଼ ହୋଇଥିବା ଅନୁମାନ କରାଯାଉଛି। ଶନିବାର ମହାବିଦ୍ୟାଳୟରେ  ହଠାତ ଦୁଇଟି ବୋମ ଫୁଟିବାର ଶବ୍ଦ ହେଲା। ଫଳରେ ଛାତ୍ର ଛାତ୍ରୀ ମାନେ ଭୟରେ ଏଣେ ତେଣେ ଦୌଡ଼ି ଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବାଙ୍ଗିରିପୋଷି ପୁଲିସ ପହଞ୍ଚି ବୋମା ଦୁଇଟି ଜବତ କରିଛି । ଏବେ ମହାବିଦ୍ୟାଳୟରେ ୨୪ ଘଣ୍ଟିଆ ଡିଉଟି କରିବେ ବୋଲି ଥାନା ଅଧିକାରୀ ଚନ୍ଦନ ଘୋଡେଇ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟରେ ଏପରି ଅଶାନ୍ତି ଲାଗି ରହିଲେ ନିର୍ବାଚନ ବନ୍ଦ କରାଯିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ପୁଷ୍ପା ରାଣୀ ପାତ୍ର ପ୍ରକାଶ କରିଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories