www.samajalive.in
Tuesday, December 9, 2025
19.1 C
Bhubaneswar

ବଡ଼ସାହି : ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠନିକ ନିର୍ବାଚନ

ବଡ଼ସାହି : ଶନିବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ବଡ଼ସାହି ବ୍ଳକ ଶାଖା ସଙ୍ଗଠନର କର୍ମକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରକାରୀ ଉପ୍ରା ସ୍କୁଲ ପରିସରରେ ଅନୁଷ୍ଠିତ ପ୍ରାକ୍‍ ନିର୍ବାଚନୀ ବୈଠକରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପରେଶ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ବିଇଓ ଦେବବ୍ରତ ବାରିକ, ମୁଖ୍ୟବକ୍ତା ଭାବେ ଜିଲା ଆବାହାକ ବିମଳ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଏବିଇଓ ସୋମନାଥ ଦାସ ଓ ପଦ୍ମଲୋଚନ ଦାସ, ପ୍ରାକ୍ତନ ଜିଲା ସଭାପତି ରତିକାନ୍ତ ସେଠୀ ଓ ଜିଲା ସମ୍ପାଦକ ଜୟନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ‘ଆମେ ଶିକ୍ଷକ, ଆମ ଏକତା, ଆମ ସଂଘ ଆମ ପରିବାର’ ଶୀର୍ଷକ ପ୍ରସଙ୍ଗରେ ଉପସ୍ଥିତ ଅତିଥି ଓ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନିଜର ଅଭିବ୍ୟକ୍ତି ଉପସ୍ଥାପନା କରିଥିଲେ। ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟାରେ ଶିକ୍ଷକ ପ୍ରତିନିଧି ଅଜୟ କୁମାର ପତି ଓ କରୁଣାକର ସାହୁ ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିଥିଲେ। ସଭାପତି ଭାବେ ପଞ୍ଚାନନ ବେହେରା, ଉପସଭାପତି ସନ୍ତୋଷ କୁମାର ବିଶ୍ୱାଳ ଓ ସୁରେଖା ଦଣ୍ଡପାଟ, ସମ୍ପାଦକ ଭାବେ ବୀରେନ୍ଦ୍ର ପ୍ରଧାନ, ସହ ସମ୍ପାଦକ ମହେଶ୍ୱର ମହାନ୍ତ, କାଜଲ ପ୍ରହରାଜ, ଲଳିତ କୁମାର ମହାନ୍ତି, ଧୀରେନ୍ଦ୍ର କୁମାର ବେହେରା, ବ୍ଲକ ସଂଯୋଜକ ଓ ମିଡିଆ କୋ-ଅଡିନେଟର ଭାବେ ଶଚୀନ୍ଦ୍ର କୁମାର ବିଶ୍ୱାଳ, ସାଙ୍ଗଠନିକ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଜେନା, କୋଷାଧକ୍ଷ୍ୟ ଭାବେ ଧୃବେନ୍ଦ୍ର କୁମାର ଜେନା, ଜିଲା ପରିଷଦ ସଦସ୍ୟ ପ୍ରଶାନ୍ତ ମହାନ୍ତି, ମୁରଲୀଧର ନାଏକ, ସଂଯୁକ୍ତା ରାଉତ, ସଞ୍ଜୟ ଜେନା, ରାଜ୍ୟସଭା ସଦସ୍ୟ ଭାବେ ଗିରୀଶ ରାଉତ, ପ୍ରବୀର ବାରିକ ଓ ୧୮ଟି କ୍ଳଷ୍ଟର ନିମନ୍ତେ ୧୮ଜଣ କ୍ଳଷ୍ଟର ସଂଯୋଜକ ମନୋନୀତ ହୋଇଛନ୍ତି। ମନୋନୀତ କର୍ମକର୍ତ୍ତାଗଣ ପରବର୍ତ୍ତୀ ଧାର୍ଯ୍ୟ ଦିବସରେ ଶପଥ ଗ୍ରହଣ କରି ସାଙ୍ଗଠନିକ ଦାୟିତ୍ୱ ନିର୍ବାହ କରିବେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଳକର ବିଭିନ୍ନ ବର୍ଗର ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଅଂଶଗ୍ରହଣ କରିବା ସହିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ପ୍ରାକ୍ତନ ଜିଲା ସମ୍ପାଦକ ଶିବପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଶିକ୍ଷକ ଶଚୀନ୍ଦ୍ର କୁମାର ବିଶ୍ୱାଳ ଅତିଥି ପରିଚୟ, ସ୍ୱାଗତ ସମ୍ଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ମୁରଲୀଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories