ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, ଦେଶରେ ଶିକ୍ଷା ବ୍ୟବସ୍ଥାକୁ ଦୃଢ କରିବା କ୍ଷେତ୍ରରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରଚେଷ୍ଟା ଅତୁଳନୀୟ। ଶ୍ରୀ ମୋଦୀ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ଶ୍ରୀ ପ୍ରଧାନ ୫୩ ବର୍ଷରେ ପଦାର୍ପଣ କରିଛନ୍ତି।
Birthday greetings to Minister Shri Dharmendra Pradhan Ji, who is making outstanding efforts to strength our education sector. May he be blessed with a long and healthy life in service of the people. @dpradhanbjp
— Narendra Modi (@narendramodi) June 26, 2022
୧୯୬୯ ମସିହା ଜୁନ ୨୬ରେ ତାଳଚେରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ପ୍ରଧାନ ୨୦୦୦ରେ ପାଲଲହଡା ବିଧାନସଭା ଆସନରୁ ନିର୍ବାଚିତ ହେବା ପରେ ୨୦୦୧ରେ ରାଜ୍ୟ ବିଜେପି ଯୁବ ସଂଗଠନର ଅଧ୍ୟକ୍ଷ ଓ ୨୦୦୨ରେ ବିଜେପିର ରାଷ୍ଟ୍ରୀୟ ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୦୪ରେ ଲୋକସଭା ଏବଂ ୨୦୧୨ ଓ ୨୦୧୮ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ପ୍ରଧାନ ୨ ଥର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ। ଏବେ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ମନ୍ତ୍ରୀ ଅଛନ୍ତି।



