www.samajalive.in
Monday, December 15, 2025
17.1 C
Bhubaneswar

କ୍ଲଷ୍ଟରସ୍ତରୀୟ ମିଳିତ ଶିକ୍ଷକ ସମାବେଶ

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା,ବିଜାପଦର ଓ ଟିକରପଡା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଢିମାଳଠାରେ ମିଳିତ ଶିକ୍ଷକ ସମାବେଶ ଅନୁ୍ଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ଯୋଗଦେଇ ଗୁଣାତ୍ମକ ଶିକ୍ଷା, ପ୍ରତି ଶ୍ରେଣୀରେ ସମୟ ସାରଣୀ ରଖାଯିବା, ପାଠର ଯୋଜନା ପ୍ରସ୍ତୁତି, ଲେସନ ନୋଟ ଲେଖିବା, ଜାତୀୟ ଶିକ୍ଷା ନୀତି, ଶିକ୍ଷାରେ ସଂସ୍କାର, ପ୍ରତିମାସରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ କରାଯିବା ନେଇ ଅଲୋଚନା କରିଥିଲେ। ଏହାସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ୟୁ ଡାଏସ ପ୍ଲସ ଓ ନଥିପତ୍ର ଲିଖନ ଉପରେ ଆଲୋଚନା କରିଥିଲେ। ସିଆରସିସି ରାଜକୁମାର ପ୍ରଧାନ ମୋ ସ୍କୁଲ ଅଭିଯାନ ଆର୍ଥିକ ଖର୍ଚ୍ଚ ବିବରଣୀ ଓ ଅନଲାଇନ ପଞ୍ଜିକରଣ ଉପରେ ଆଲୋଚନା କରିଥିଲେ। ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ କୁମାର ପ୍ରଧାନ ମଧ୍ୟାହ୍ନ ଭୋଜନ ତଥ୍ୟ ଉପସ୍ଥାପନ କରିଥିଲେ।

 

- Advertisement -

ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସାହୁ ଶିକ୍ଷକ ସମାବେଶକୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଗୁଣାତ୍ମକ ଶିକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ବଘିଆପଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ନିଜ ବିଦ୍ୟାଳୟର ବିକାଶମୂଳକ ତଥ୍ୟ ଉପସ୍ଥାପନ କରିଥିଲେ। ସାଲେଇସିଂର ପ୍ରଧାନ ଶିକ୍ଷୟୟିତ୍ରୀ ଅନିମା ମହାକୁଳ, ଆମଠାପଡାର ମନୋରଞ୍ଜନ ପାଣିଗ୍ରାହୀ, ମଲିକପଡାର ସ୍ୱାଧୀନ କୁମାର ପ୍ରଧାନ, ବିରିଗଡର ସତ୍ୟବାଦୀ ନାୟକ, କୁରକୁଚର ଆଶ୍ରୟ ଦାଶ, ନେନ୍ଦେ ର ଶୁଶାନ୍ତ କୁମାର ଅମାତ, ସାନଗୋଛାପଡାର ରମାକାନ୍ତ ଦଳେଇ ଓ ବ୍ରାହ୍ମଣିପାଲିର ଅଭିମନ୍ୟୁ ଯାନୀ ପ୍ରମୁଖ ନିଜ ନିଜର ଅନୁଭୁତି ରଖିଥିଲେ। ସିଆରସିସି ବିଜୟ କୁମାର ଭୋଇ, ପୁର୍ଣ୍ଣଚନ୍ଦ୍ର କରଡିଆ ଓ ରବୀନ୍ଦ୍ର କୁମାର ଦେହୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ତିନି କ୍ଲଷ୍ଟରର ୧୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶେଷରେ ଶିକ୍ଷକ ଅଜୟ କୁମାର ସାହାଣି ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories