www.samajalive.in
Friday, December 12, 2025
15.1 C
Bhubaneswar

ଏ ବର୍ଷ ଶକ୍ତିଶାଳୀ ବାତ୍ୟା

ଭୁବନେଶ୍ୱର: ଚଳିତ ବର୍ଷ ବିଶ୍ବର କେତେକ ସ୍ଥାନରେ ବାତ୍ୟାର ସଂଖ୍ୟା ଅଧିକ ହେବା ସହିତ ଅଧିକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳତଃ ଏହା କୃଷିକ୍ଷେତ୍ରକୁ ଅଧିକ ପ୍ରଭାବିତ କରିପାରେ ବୋଲି ଆକଳନ କରାଯାଉଥିବା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ସେ କହିଛନ୍ତି, ଚଳିତ ବର୍ଷ ମେ’ ମାସଟି ବିଶ୍ବସ୍ତରରେ ରେକର୍ଡ ୧୦ଟି ଉଷ୍ମ ମେ’ ମାସ ମଧ୍ୟରୁ ଅନ୍ୟତମ ବୋଲି ବିଶ୍ବର ବିଭିନ୍ନ ପାଣିପାଗ ସଂସ୍ଥା ବିବେଚନା କରିଛି। ଆମେରିକାର ପ୍ରମୁଖ ପାଣିପାଗ ବିଭାଗ ସଂସ୍ଥା ଏନଡିଏଏ ଅନୁଯାୟୀ, ଗତ ମେ’ ମାସରେ ତାପମାତ୍ରା ବଂିଶ ଶତାବ୍ଦୀର ସ୍ବାଭାବିକ ତାପମାତ୍ରା ୧୪.୮ ଡିଗ୍ରୀ ସେଲସିୟସଠାରୁ ୦.୭୭ ଡିଗ୍ରୀ ସେଲସିୟସ୍‌ ଅଧିକ ରହିଥିଲା। ଚଳିତ ବର୍ଷ ମେ’ ମାସରେ ଭାରତ ଓ ପାକିସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହିତ ୟୁରୋପ, ଆମେରିକା ଏବଂ କାନାଡାରେ ମଧ୍ୟ ରେକର୍ଡ ଭାଙ୍ଗିଛି।

- Advertisement -

ଉଷ୍ମ ପାଣିପାଗ ହେତୁ ଅତ୍ୟଧିକ ଗରମ ସହିତ ପ୍ରବଳ ଶୀତ ଓ ବର୍ଷା ହୋଇଥାଏ। ପାଣିପାଗର ଦ୍ରୁତ ପରିବର୍ତ୍ତନ ହେଉଛି। ଚଳିତ ବର୍ଷରେ ଶୀତ ପ୍ରଧାନ କାନାଡାର ପାଣିପାଗ ଏହାର ଏକ ଉଦାହରଣ। ଗତ ଦୁଇଦିନ ହେଲା କାନାଡାର ଟରଣ୍ଟୋରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଗତକାଲି ଯଦିବା ତାପମାତ୍ରା ୩୫ ଡିଗ୍ରୀ ରହିଥିଲା ତେବେ ବାୟୁରେ ଅଧିକ ଆର୍ଦ୍ରତା ଯୋଗୁଁ ଏହା ୪୦ ଡିଗ୍ରୀ ସମାନ ଥିଲା। ମେ’ ମାସର ପ୍ରଥମ ସପ୍ତାହରେ ସର୍ବାଧିକ ତାପମାତ୍ରା ୧୪ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ଗ୍ରୀଷ୍ମ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ତାପମାତ୍ରା ସ୍ବାଭାବିକଠାରୁ କମ ରହିଛି। ଏହାକୁ ଲା-ନିନା କୁହାଯାଏ। ଏହାର ପ୍ରଭାବରେ ଦକ୍ଷିଣ ଆମେରିକାରୁ ଉତ୍ତର ଭାରତ ମହାସାଗର ଦେଇ ଦକ୍ଷିଣ-ପୂର୍ବ ଏସିଆକୁ ପ୍ରବଳ ପଶ୍ଚିମା ପବନ ବହୁଛି।

ଆଇଓଡି ଗୁଣାତ୍ମକ ବିଯୁକ୍ତାତ୍ମକ ହେବାରେ ଲାଗିଛି। ପବନ ପ୍ରବାହର ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଜୁନ ମାସରେ ମୌସୁମୀ ବାୟୁ ପ୍ରବାହରେ ଅନିୟମିତତା ଦେଖାଯାଇଛି। ୨୦୨୦ ସେପ୍ଟେମ୍ବରରେ ଲା-ନିନା ଆରମ୍ଭ ହୋଇ ଦ୍ବିତୀୟ ବର୍ଷ ପାଇଁ ଏହା ଚାଲୁ ରହିଛି। ଚଳିତ ବର୍ଷ ଜାନୁଆରୀରେ ଏହା କିଛି ଦୁର୍ବଳ ହୋଇଥିଲା। ଏପ୍ରିଲ ମାସରୁ ଏହା ପୁଣି ଶକ୍ତି ଗୋଟାଇଛି। ବିଶ୍ବ ପାଣିପାଗ ସଂସ୍ଥା ତଥ୍ୟାନୁଯାୟୀ, ଆସନ୍ତା ବର୍ଷ ମଧ୍ୟ ଲା-ନିନା ରହିବାର ସମ୍ଭାବନା ରହିଛି। ଯଦି ଏହା ହୁଏ ତେବେ ବିଗତ ୭୨ ବର୍ଷର ରେକର୍ଡ ଭାଙ୍ଗିବ। ସମୁଦ୍ର ତାପମାତ୍ରା କମ ହେତୁ ଏହା ବାୟୁମଣ୍ଡଳରୁ ଅଧିକ ଉତ୍ତାପ ଶୋଷଣ କରୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories