www.samajalive.in
Monday, December 15, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ- ନିୟମ ନମାନିବାରୁ ବୁଲୁଡୋଜର ତଳେ ଚାପିଦେଲେ ୨୦୦୦ ଦାମୀ ବାଇକ୍‌

ନ୍ୟୁୟର୍କ – ବେଆଇନ ଭାବେ ନ୍ୟୁୟର୍କ ସିଟିରେ ଚାଲୁଥିବା ୨୦୦୦ ଦାମୀ ମଟରସାଇକେଲ୍‌କୁ ଜବତ କରାଯିବା ପରେ ନଷ୍ଟ କରି ଦିଆଯାଇଛି। ଏହି ସବୁ ମଟର ସାଇକେଲ୍‌ ଉପରେ ନ୍ୟୁୟର୍କ ମହାନଗର ନିଗମ ପ୍ରଶାସନ ବୁଲ୍‌ଡୋଜର ମଡାଇ ନଷ୍ଟ କରିଛି। ବେଆଇନ ଭାବେ ଚାଲୁଥିବା ମଟରସାଇକେଲ୍‌ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

- Advertisement -

ଆମେରିକାର ଅଧିକାଂଶ ସହରମାନଙ୍କରେ ଜବତ କରାଯାଇଥିବା ଗାଡିଗୁଡିକ ନଷ୍ଟ କରିଦିଆଯାଇଥାଏ । ବୁଲଡୋଜର ମଡାଇ ଏହି ସବୁ ଗାଡିଗୁଡିକୁ ନଷ୍ଟ କରିଦିଆଯାଇଥାଏ । ନ୍ୟୟର୍କରେ ବେଆଇନ କାର୍ଯ୍ୟ ସହ ଅନ୍ୟ କେତକ କାରଣ ପାଇଁ ବେଆଇନ ଭାବେ ଡାର୍ଟ ବାଇକ୍‌ ବ୍ୟବହାର କରାଯାଇଥାଏ । ଏହି ସବୁ ମଟର ସାଇକେଲ୍‌ରେ ସଡକ ସୁରକ୍ଷ ଜନିତ ବିଭିନ୍ନ ଯନ୍ତ୍ରାଶଂ ନଥାଏ । ପୁଲିସ ଜବତ କରିବା ପରେ ଏସବୁକୁ ନଷ୍ଟ କକରିଦେଇଥାଏ ।

ନ୍ୟୁୟର୍କରେ ଥିବା ବ୍ରୋକଲିନ୍‌ ପାଉଣ୍ଡିଂ ବା ଗାଡିଗୁଡିକ ଗୁଣ୍ଡ କରିବା ସ୍ଥାନରେ ନ୍ୟୁୟର୍କ ପୁଲିସ ବିଭାଗ ପକ୍ଷରୁ ୨୦୦୦ରୁ ଅଧିକ ଗାଡିକୁ ନଷ୍ଟ କରି ଦିଆଯାଇଛି । ଏସବୁକୁ ରିସାଇକେଲ୍‌ କରାଯିବ ବୋଲି ନ୍ୟୁୟର୍କର ମେୟର ଏରିକ୍‌ ଆଡାମସ୍‌ ସୂଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories