କଣ୍ଟାବାଞ୍ଜି ଯୋଗ ସମିତି ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଯୋଗ ସମିତି ପକ୍ଷରୁ ସ୍ଥାନୀୟ ମାନସ ଭବନ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇ ଯାଇଛି। ଯୋଗ ପ୍ରଣାୟମ ଆସନ ଧ୍ୟାନର ଉପକାରିତ ଉପରେ ଯୋଗ ଶିକ୍ଷକ ନରୋତ୍ତମ ପଣ୍ଡା ସୂଚନା ଦେଇଥିଲେ। ନିୟମିତ ଯୋଗ କରି ସୁସ୍ଥ ଜୀବନ ଯାପନ ବାର୍ତ୍ତା ଦେଇ ଶ୍ରୀ ପଣ୍ଡା ଯୋଗ ପ୍ରାଣାୟମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାହ୍ନୁ ଚରଣ ବହିଦାର, କାହ୍ନୁ ଚରଣ ମିଶ୍ର, ବୃନ୍ଦାବନ ନାଗ, ଦୁଃଖିଶ୍ୟାମ ରାୟ, ସୁରଥ ବେହେରା, ହାଡୁ ମିଶ୍ର, ସୂର୍ୟ୍ୟକାନ୍ତ ରଣା, ବିରଞ୍ଚି ସିଂ, ଅରୁଣ ଅଗ୍ରୱାଲ, ମୁରଲୀ ଅଗ୍ରୱାଲ, ଅରୁଣ ଜୈନ, ବିକାଶ ଜୈନ ରାଜ କୁମାର ଅଗ୍ରୱାଲ, ଜଗନ୍ନାଥ ନାଗ ପ୍ରମୁଖ ଯୋଗ ଶିବିର ଯୋଗାଭ୍ୟାସ କରି ଥିଲେ।
Comments are closed.